STORYMIRROR

Kabiratna Nutan Kumar Behera

Abstract Action

4  

Kabiratna Nutan Kumar Behera

Abstract Action

ମାଆ କାଳିଜାଈ

ମାଆ କାଳିଜାଈ

1 min
385


ଦୁନିଆଁର ଦାଣ୍ଡ      ଅସୀମ ସୁଦୂର

     ଚାଲିବାକୁ ଲାଗେ ଡ଼ର,

ଦେବାଦେବୀ ଆମ   ସାହା ଭରସାର

     ଆଶିଷ ଲୋଡୁ ତାଙ୍କର।

ଭକିତର ଭାବେ    ମନରେ ଶକତି

     ଭରିଥାନ୍ତି ଦେବାଦେବୀ,

ବିଶ୍ଵାସେ ମିଳଇ    ତାଙ୍କର କରୁଣା

    ପୂଜା ଅର୍ଚ୍ଚନାରେ ସେବି।

ମାଆ କାଳିଜାଈ   ପ୍ରତ୍ୟକ୍ଷ ସେ ଦେବୀ 

      ଚିଲିକା ମଧ୍ୟେ ମନ୍ଦିର,

କୃପାରେ ତାଙ୍କର    ନାବିକ ଯାତିରୀ

      ଅଭୟେ ହୁଅନ୍ତି ପାର।

ଚିଲିକା ହ୍ରଦର     ଛୋଟ ଏକ ଦ୍ଵୀପ

     କାଳିଜାଈ ନାମେ ଖ୍ୟାତ,

ଚାରିଦିଗେ ଜଳ     ପାହାଡ଼ରେ ପୂର୍ଣ୍ଣ

     ଦେଖିଲେ ହେଉ ଚକିତ।

ଅନନ୍ୟ ସୁଷମା     ନୀଳିମା ଚିଲିକା

      ତରଙ୍ଗାୟିତ ତା' ଜଳ,

ସେ ଅଣତିରିଶ      ଏକର ପରିଧି

      ଏ କୂଳରୁ ଅନ୍ୟ କୂଳ।

ସୌନ୍ଦର୍ଯ୍ୟରେ ଭରା  ହୃଦେ ଅପାଶୋରା

      ରହିଥାଏ ଚିରଦିନ,

ଲକ୍ଷ ଲକ୍ଷ ଜନ      ଆସି ପ୍ରତିଦିନ

      କରିନ୍ତି ମା'କୁ ଦର୍ଶନ।

ମାଆ କାଳିଜାଈ    ମନ୍ଦିର ତା' ମଧ୍ୟେ

     ଦେବୀ ହୋଇଛନ୍ତି ଉଭା,

ପୁଣ୍ୟପୀଠ ଏଇ     ପବିତ୍ର ଆସ୍ଥାନ

      ଚିତ୍ତାକର୍ଷକ ତା' ଶୋଭା।

ଜାଈ ନାମେ କନ୍ୟା  ବିଭା ହୋଇ ଦିନେ

      ଯାଉଥିଲା ଶାଶୁଘର,

ପିତା ସାଥେ ତା'ର    ପାରିକୁଦ ଦ୍ବୀପେ

      ଅତି ଆନନ୍ଦ ମନର।

ଅକସ୍ମାତ୍ ଝଡ଼େ     ବୁଡିଲା ନଉକା 

     ଜାଈ ବୁଡ଼ି ଗଲା ଜଳେ,

ପିତା ଦୁଃଖେ ଫେରି   କାନ୍ଦିଲା ବିକଳେ

    ଗାଥା ହେଲା କାଳେ କାଳେ।

ସେ ବାଟେ ନାବିକ    ଜାଈର କାନ୍ଦଣା

     ଶୁଣି କଲେ ସୁମରଣା,

ସେ ଦିନୁ ମା' କାଳୀ    କାଳିଜାଈ ନାମେ

      ପାଆନ୍ତି ପୂଜା ଅର୍ଚ୍ଚନା।

ରାଜା ଜଗନ୍ନାଥ     ମାନସିଂହ ଦ୍ଵାରା

      ନିର୍ମିତ ହେଲା ମନ୍ଦିର,

ଅଧିଷ୍ଠାତ୍ରୀ ଦେବୀ     ମାଆ କାଳିଜାଈ

      ଉଭା ହେଲେ ନିରନ୍ତର।

ମାଆ ପାଦ ତଳେ    ଭକ୍ତିର ନୈବେଦ୍ୟ

      ଢାଳି କରୁଛି ପ୍ରାର୍ଥନା,

ହୁଅନ୍ତୁ ସହାୟ      ସଭିଙ୍କ ମଙ୍ଗଳେ

     ଦୂରେଇ ଯାଉ ଯାତନା।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract