STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଇଶ୍ଵର ଚିନ୍ତନ

ଇଶ୍ଵର ଚିନ୍ତନ

1 min
320


ଇଶ୍ଵର ଚିନ୍ତନ କରି ନିତିଦିନ

     ଦିନ ଟିଏ ଆରମ୍ଭିବା

କାର୍ଯ୍ୟର ଶେଷରେ ତାଙ୍କ ନାମ ସ୍ମରି

     ଏହା ନିଶ୍ଚେ ସମର୍ପିବା।

ଯିଏ ଯେଉଁ ନାମେ ଡାକି ପାର ତାଙ୍କୁ

      ପ୍ରଭୁ ପରା ସର୍ବନାମ

ମୁଖ ରଟୁଥାଉ ପ୍ରଭୁଙ୍କ ମହିମା

      ହସ୍ତ କରୁଥଉ କର୍ମ।

ସାରା ଦିନଟିକୁ ଇଶ୍ଵର ସ୍ମରଣେ

      କରିଦିଅ ପରିପୂର୍ଣ୍ଣ

ବଞ୍ଚିବା ସଂସାରେ ତାଙ୍କରି ନିମିତ୍ତ

      ସେବା କାର୍ଯ୍ୟ ହେଉ ଧ୍ୟାନ।

ନିଜ ପ୍ରାର୍ଥନାରେ ନିଜ ପୁରୁଷାର୍ଥେ 

      ଭାଗ୍ୟ ହୁଅଇ ନିର୍ମାଣ

ସେ ପୁରୁଷୋତ୍ତମ ଜଗତର ନାଥ

     ନିଶ୍ଚେ ଦେବେଟି ନିର୍ବାଣ।

ଆସ ଜଗନ୍ନାଥ ଆସ ବଳଭଦ୍ର

     ଆସ ଦେବୀ ମା ସୁଭଦ୍ରା

ସୁଦର୍ଶନ ଦେବ ନିତି ଆସୁଥାଅ

      ବନ୍ଧନକୁ କରି ବିଦା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action