Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ଶ୍ରମିକ କୃଷକ ହେବେ ଶାନ୍ତି ଯୁଦ୍ଧର

ଶ୍ରମିକ କୃଷକ ହେବେ ଶାନ୍ତି ଯୁଦ୍ଧର

1 min
376



ଫୁଲର ଭିତରେ ଗୋଲାପ ପରି ସୁନ୍ଦର 

ଅଟଇ ଛୋଟ ଶିଶୁଟିର ହସ,

ସେ ହସ ରଖିଲେ, ମକରନ୍ଦ ପରି ସମାଜ

ରେ ଆସେ ଉତ୍ତମ ନିର୍ଯାସ |୧|


ଶିଖିଛି ତାହା ଚିରନ୍ତନ, ନିତ୍ଯ ସନାତନ, 

ତେଣୁ ତହିଁରେ ମନ ମୋ ରହୁ,

ଭେଦଭାବ ଭୁଲି ସମାଜ ହିତରେ ଯୋଡି 

ହେବା ଭାବନା ସଦା ଝରୁଥାଉ |୨|


କିଛି ଭାବନ୍ତି ମଣିଷ ଅଟଇ ସ୍ୱାର୍ଥପର 

ମାୟାବୀ, ଚିହ୍ନିବାଟା କଷ୍ଟକର,

ସ୍ବାର୍ଥ ପାଇଁ ବିଶ୍ବାସରେ ବିଷ ଭରି ଦିଏ, 

ଚକ୍ରାନ୍ତରେ ଜୀବନ ନିଏ କାହାର |୩|


କିନ୍ତୁ ମୁଁ ଜାଣଇ ବିବେକ ଥିବାରୁ ଥାଏ 

ଦୟା, ମଣିଷ ପଣିଆ ସମସ୍ତଙ୍କର,

ମାନବିକତାରେ ସମ୍ମାନ ଦିଏ କର୍ମ ନିଶା 

ହୃଦୟରେ ପରିପୂର୍ଣ୍ଣ ଥାଏ ଯାର |୪|


ଜହର ପଶିଲା ମନରେ ଯଦି ବଡ ଲୋକ 

ଓଁ ଲାଭ ଶୁଭ ଭାବନା ବିଚାର,

ମାନବିକତା ଛାଡି, ଲୋଭ ଲାଳସାର ବଶ

ହୋଇ, ହୁଅଇ ତ ସ୍ବାର୍ଥପର |୫|


ନିଜ ସ୍ୱାର୍ଥ ପାଇଁ ବଞ୍ଚେ ଏଇ ଦୁନିଆରେ 

ହୁଏ ନାହିଁ ସିଏ ଆଉ କାହାର,

ପାଶେ ଥାଏ ତ ପାର୍ଥିବ ସୁଖର ଭଣ୍ଡାର, 

ତଥାପି ମନଟା ହୁଏ ହାହାକାର |୬|


ଦ୍ୱାପରରେ ଗୋପ ବାସୀଙ୍କ ସ୍ୱାର୍ଥରେ, 

ଗୋବର୍ଦ୍ଧନ ଧରିଲେ ଟେକି କେଶବ,

ସମସ୍ତଙ୍କୁ ଗିରି ତଳେ ଆଶୟ ଦେଇଥିଲେ 

ସାତ ଦିନ ଯାଏଁ ପରା ମାଧବ |୭|


ଇନ୍ଦ୍ର ଗର୍ବରେ ହୋଇ ମତୁଆଲା ନିଜର 

କର୍ତ୍ତବ୍ୟକୁ କଲା ସେ ଉପେକ୍ଷା,

ଶ୍ରୀକୃଷ୍ଣ ନିଜ କର୍ତ୍ତବ୍ୟକୁ ପାଳି କରିଲେ 

ସର୍ବ ଗାଈ ଗୋରୁ ଜୀବ ସୁରକ୍ଷା |୮|


ଭାରତ ବର୍ଷ ତ ସୁନ୍ଦର, ଏଠାରେ ରୁହନ୍ତି 

ମଣିଷ ଥାଇ ଭିନ୍ନ ଭିନ୍ନ ଜାତି,

ନବ ଆଶା କିରଣ ଦିଏ ମୋ ଭାରତେ ଥିବା 

ସୁନ୍ଦର ସୁନ୍ଦର କଳା ସଂସ୍କୃତି |୯|


ଛୁଆ ଦିନୁ ଶିଖିଛି ଗଜମୋତି ହାର ଲୋଡା

ନାହିଁ, ଲୋଡାନାହିଁ ଅର୍ଥ ବଳ,

ମୋ ସଂସ୍କୃତି ଶିଖାଏ ଅର୍ଥ ଲାଭ ନିଶା ସରବ 

ଅର୍ଥ ଓ ଅନର୍ଥର ମୂଳ |୧୦|


ତେଣୁ ସାମ୍ରାଜ୍ୟବାଦୀ ମନମୁଖୀରୁ ଦେଖୁ

ଅଛେ ଏବେର ଯୁଦ୍ଧର ତୋଡ,

ଥରି ଯାଏ ମଣିଷର ହୃଦ କୁତ୍ସିତ ଘୃଣାରେ 

ଜଳୁଛି ଦେଖି ମିସାଇଲ୍ ମାଡ଼ |୧୧|


ନିରୀହ ପ୍ରାଣରେ ନିଆଁ ଜଳାଇ ପୁଂଜିବାଦୀ 

ଶକ୍ତି କରୁ ଅଛନ୍ତି କଲବଲ,

ଶାନ୍ତି ରକ୍ଷା ପାଇଁ ଧରାର ଶ୍ରମିକ କୃଷକ ଉଭା 

ହେବେ ନବ ଯୁଦ୍ଧର ମୂଳ |୧୨|



Rate this content
Log in

Similar oriya poem from Action