Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Inspirational

4  

Satyanarayan Sahoo

Action Inspirational

ଦିବ୍ୟ ଦୀପାବଳି

ଦିବ୍ୟ ଦୀପାବଳି

1 min
220



ଦିବ୍ୟ ଦୀପାବଳି

ଦିବ୍ୟ ଦୀପାବଳି ପାଳିବା

ଆସ ମିଳି ସକଳେ

ଦୁରାଇବା ଅମା ଅନ୍ଧlର ଜାଳି

ଦୀପlଳି ମାଳେ ।

ଦୂର ଦୁରାନ୍ତର ସକଳ ସ୍ଥାନ

ଆଲୋକେ ଜାଳି

ଦପ ଦପ ବିଦ୍ୟୁତ୍ ପ୍ରଦୀପ

ଭଳି ଭଳି ରଙ୍ଗୋଲି ।

ଦାଣ୍ଡ ଓ ଦୁଆରେ ସଜାଇ

ଘୃତ ପ୍ରଦୀପl ବଳି

ଦେବା ହେ ପାଳିବା ପାଇଁ କି

ଏହି ଦିବ୍ୟ ଦୀପାଳୀ ।

ଦିଏ ଜନ ମନେ ଆହ୍ଵାନ

ନାଶ ଅଜ୍ଞାନ କଳା

ଦୂରାଅ କଳଙ୍କ କାଳିମା

ଜାଳି ଆଲୋକ ମାଳା ।

ଦିବ୍ୟ ପଥେ ଗମ ସଭିଏଁ

ଏଇ ଆଲୋକ ମlଳେ

ଦେଖାଏ ସଂସ୍କାର , ସୁନୀତି

ଅମା ଅନ୍ଧlର କାଳେ ।

ଦେଖ ଅନ୍ଧକାର କୋଳ ରେ

ଆଲୋକ ଉଠି ଜଳି

ଦେଉଛି ଅନ୍ଧାର ବିନାଶି 

ତାହା ମଧ୍ୟେ ଉଜ୍ଵଳି ।

ଦିବ୍ୟ ଭାବ ଅଟେ ଆଲୋକ

ମାୟା ସଂସାର କୋଳେ

ଦିବ୍ୟ ଦୀପାଳି ରେ ଅଜ୍ଞାନ

ଦୂର ହୁଏ ଚଞ୍ଚଳେ ।

ଦିଅଇ ସାହସ ଶକତି

ସଦାଚାର ବିପୁଳ

ଦେଖି ଦେଖି ଶିଖି ସିନା ହେ

ନାଶୁ ଦୁଃଖ ଜଞ୍ଜlଳ ।

ଦୀପlଳି ମହମ ବତୀ ରେ

ସଜାଇ ପୁର ପଲ୍ଲୀ

ଦିବ୍ୟ ଦୀପାବଳି ପାଳିବା 

ଦିବ୍ୟ ଭାବନା ଭାଳି ।

ଦୟା କ୍ଷମା ସତ୍ୟ ଶାନ୍ତି ର

କରି ନିଅ ଦଖଲ

ଦୂରାଅ ଅଜ୍ଞତା , ଦୂର୍ଭାବ , 

ଈର୍ଷା ଘୃଣା ସକଳ ।

ଦମ କଳି ଗୋଳ ଚଞ୍ଚଳ

ଦିବ୍ୟ ଜ୍ଞାନ ଅନଳେ

ଦିମାକ ବତାଅ ସଭିଏଁ

ପ୍ରୀତି ଆନନ୍ଦ ଭୋଳେ ।

ଦଶ ଶିର ନାଶି ଏ ଦିନେ

ରାମ ପୁଷ୍ପକ କୋଳେ

ଦୀର୍ଘ ବର୍ଷ ବନ ବାସ ରୁ

ଅଯୋଧ୍ୟା ଫେରି ଥିଲେ ।

ଦୀପ ମାଳା ଜାଳି ସ୍ଵାଗତେ

ଜନେ ହେଲେ ବିଭୋଳ

ଦୂରୀଭୂତ ପାଇଁ ଅନ୍ଧାର

ଅମା ରଜନୀ କାଳ ।

ଦିବ୍ୟ ଦୀପାବଳି ଉତ୍ସବ

ଆମ ଦେଶ ରେ ପାଳି

ଦେଶ ହିତେ ବ୍ରତୀ ଦୁର୍ବୁଦ୍ଧି

ଦ୍ୱିଧା ଦୌବଲ୍ୟ ଜାଳି ।

ଦ୍ୟୁତିମାନ ହେବା ପାଇଁ କି

ଦିଏ ପ୍ରେରଣା ଢାଳି 

ଦୂରାଅ ତମସା ଖେଳାଅ

ଜ୍ୟୋତି ଧାରା ବର୍ଣାଳୀ ।



Rate this content
Log in

Similar oriya poem from Action