Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Action

4  

Niranjan Mishra

Action

ଯାଦୁ

ଯାଦୁ

1 min
374



ଯାଦୁକର ଦିନେ ଆସିଲା

ଯାଦୁ ଦେଖିବେ ପିଲେ ।

ଗାଁ ସାରା ହୁରି ପଡିଲା

ପିଲେ ରୁଣ୍ଡ ହୋଇଲ ।।


ଆସ ପିଲେ ଯାଦୁ ଦେଖିବ

ଯାଦୁକର କହିଲା ।

କେତେ କେତେ ଯାଦୁବିଦ୍ୟା ସେ

ପିଲାଙ୍କୁ ଦେଖାଇଲା ॥


ଲଣ୍ଠନ କାଚକୁ ପାଟିରେ

ରଖି ଦେଲା ଚୋବାଇ ।

କହିଲା ପିଲାଏ ତୁମେ ୟା

କେବେ କରିବ ନାହିଁ ॥


ଅଭ୍ୟାସ କରି ମୁଁ ଶିଖିଛି

ସବୁ ଗୁରୁଙ୍କଠାରୁ ।

ନକରିବ ତୁମେ କେବେ ବି

ଦେଖ ଯାଦୁ ମୋଠାରୁ ॥


କଣ୍ଟା ଗଛକୁ ଚୋବାଇଲା

ଯାଦୁ ଦେଖ ମୋ କହି ।

ଲୁଗାରେ ମୁଢିକୁ ଭାଜିଲା

ଖଣ୍ଡେ ହାଡ ଘୁରାଇ ॥


ମାଳ ମାଳ ବ୍ଳେଡ୍ ପାଟିରୁ

ତାର ବାହାର କଲା ।

ଦେଖିଥିଲେ ପିଲେ ପାଟିରେ

ତାର କିଛି ନଥିଲା ॥


ଆମ୍ବ ଟାକୁଆଟେ ପୋତିଲା

ଯତନରେ ମାଟିରେ ।

ପାଣି ଦେଲା ଗଛ ଫଳି

ପାଚିଲା ଘଣ୍ଟାକ ପରେ ॥


କଣା ପଇସାଟେ ହାତରେ

ଆଣି ରଖିଲା ତାର ।

ହାତ ମୁଠା କରି ଖୋଲିଲା

ହେଲା କେତେ ପ୍ରକାର ॥


ମୁଦିଟିଏ ନେଇ କହିଲା

ୟାକୁ ରଖ ଯତନେ ।

ସେ ମୁଦି ଫଳରୁ କାଢିଲା

ଦେଖିଲେ ପିଲାମାନେ ॥


ହାତ ସଫେଇ ଏ ବିଦ୍ୟାଟି

ତାକୁ କରି ଆୟତ ।

ଯାଦୁକର ନିଜ ପେଟ

ପାଇଁକି ଯୋଗାଡେ ଭାତ ॥


ହୁନ୍ଦର ବିଦ୍ୟା ,ଇନ୍ଦ୍ରଜାଲ ,

ଭୋଜବିଦ୍ୟା ଅବା ନାମ ।

କେହି ଯାଦୁ ବୋଲି କହଇ

ଖୁସି ତାହାର କାମ ॥



Rate this content
Log in

Similar oriya poem from Action