STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଶବ୍ଦ ଶର

ଶବ୍ଦ ଶର

1 min
212


ଶବ୍ଦ ଶର ଭେଦିଯାଏ

ମନରୁ ମରମକୁ

ଭୂମିରୁ ଭୂମାକୁ

କେବେ ଶାଣୀତ ଶୋଣିତ

କେବେ ଆପ୍ଲୁତ ଅନେଶତ

ଶବ୍ଦ ପାଇଁ ଜଡ଼ରୁ ଗଡ଼

ଶବ୍ଦ ପୁଣି ଦେଉଛି ଚେଙ୍କ ରଡ଼

ପୁଣି ମନମୋହିନୀ ସମ୍ମୋହିନୀ

ଏଇ ଶବ୍ଦ ପାଇଁ ମହାଭାରତ

ସୂଚାଗ୍ରେ ଦେବିନି ମେଦିନୀ

ଏହି ଶବ୍ଦ ପାଇଁ ରାମାୟଣ

କିଛି ବି ନେବିନି


ଶବ୍ଦ ଏବେ ପ୍ରଦୂଷଣ

ଶବ୍ଦ ବୋମା ଫୁଟାଏ ବାଣ

ଶବ୍ଦ ଶରଭେଦି ଆକୁଳିତ ପ୍ରାଣ

ଶବ୍ଦ ସଞ୍ଜିବନୀ ଖୋଜେ ପରାଣ

ଶବ୍ଦ ବାଣ ବୋମା ଠାରୁ ତୀକ୍ଷ୍ମ

ଶବ୍ଦ ଭାଙ୍ଗିଦେଲା ତିନିଗାର

କାଟି ଯାଇଥିଲେ ଲଷ୍ମଣ

ଶବ୍ଦ ସନ୍ତୁଳିତ ବାତାବରଣର

ନିବାରକ ନିବାରଣ

କେବେ ନିୟମର ରାଣ

ଶବ୍ଦ ଶରଶଯ୍ୟାରୁ କଷଣ


ଶବ୍ଦ ଯୋଡିଲେ ଗଳ୍ପ କବିତା

କଥା ଓ ଗାଥା

ଆଶ୍ଵାସନା ସଂହିତା

ଶବ୍ଦରେ ଚାତୁରୀ ଜାଣେ ବନିତା

ଶବ୍ଦ ଶୁଣି ଲଟାଏ ଲତା

ଶବ୍ଦ ପୁଣି ଜାଗୃତି ବାର୍ତ୍ତା

ଗହନ ବନର ଗୋପନୀୟ କଥା

ଶବ୍ଦ ଭେଦି ଯାଇପାରିଲେନି ଦୁର୍ଯୋଧନ

ଶବ୍ଦ ସହି ପାରିଲେନି ରାମ

କଷଣ ପାଇଲେ ମାତା ସୀତା

ତଥାପି ଶବ୍ଦ ଆର୍ତ୍ତନାଦ ନୁହେଁ ଟୋପେ ବାଗ୍ମୀତା

ବାଣର ଢ଼ୋ ଢା ପ୍ରଦୂଷଣ

ନିଶିଦ୍ଧ କରିଛି ଦୀପାବଳୀ ଉତ୍ସକତା

ବାଣ ବିନା ଆଲୋକ ଶବ୍ଦ ଶୁଣିବେ କାଳୀ ମାତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract