STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଶ୍ରୀ ଜଗନ୍ନାଥଙ୍କ ବେଶ

ଶ୍ରୀ ଜଗନ୍ନାଥଙ୍କ ବେଶ

1 min
244


ଜ୍ୟେଷ୍ଠ ମାସେ ପଡ଼େ ସ୍ନାହାନ ପୂର୍ଣ୍ଣିମା

      ହାତୀ ବେଶ ପ୍ରଭୁଙ୍କର

ଆଷାଢ଼ ମାସର ଶୁକ୍ଳ ଏକାଦଶୀ

      ସୁନାବେଶ ମନୋହର।

ଭାଦ୍ରବ ମାସର କୃଷ୍ଣ ଦଶମୀରେ

      ବନ ଭୋଜି ବେଶ ଦେଖ

ସେହି ମାସ କୃଷ୍ଣ ଏକାଦଶୀ ଦିନ

      କାଳୀୟଦଳନ ଶିଖ।

ଭାଦ୍ରବ ମାସର କୃଷ୍ଣ ଦ୍ଵାଦଶୀରେ

     ପ୍ରଳମ୍ବ ଅସୁର ବଧ 

କୃଷ୍ଣ ବଳରାମ ବେଶ କି ସୁନ୍ଦର

     କୃଷ୍ଣ ତ୍ରୟୋଦଶୀ ତିଥ।

ଭାଦ୍ରବ ମାସର ଶୁକ୍ଳ ତ୍ରୟୋଦଶୀ

      ବାମନ ବେଶ ହୁଅନ୍ତି

ରାଇ ଦାମୋଦର ଠିଆକିଆ ବେଶ

      ବାଙ୍କଚୂଡ଼ରେ ଦିଶନ୍ତି।

ଆଡ଼କିଆ ଆଉ ଡାଳିକିଆ ବେଶ

      ନାଗାର୍ଜୁନରେ ସୁବେଶ

ଗଜ ଉଦ୍ଧାରଣ ପଦ୍ମ ବେଶ ପରେ

      ଚାଚେରୀରେ ହୋଇ ବେଶ।

ଘୋଡ଼ ଲାଗି ବେଶ ଜାମା ଲାଗି ବେଶ

      ଚନ୍ଦନରେ ହରେ ମନ

ବୈଶାଖ ମାସରେ ରଘୁନାଥ ବେଶ

      ମୋହେ ଭକ୍ତ ଜନ ଗଣ।

ଗିରି ଗୋବର୍ଦ୍ଧନ ନବାଙ୍କ ବେଶରେ

      ସଜ୍ଜିତ ଚକା ନୟନ

ବାର ମାସେ ଭିନ୍ନ ଭିନ୍ନ ବେଶ ହୋଇ

      ହରନ୍ତି ଭକତ ମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action