STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଭାବର ଠାକୁର

ଭାବର ଠାକୁର

1 min
333


ଭାବର ଠାକୁର କାଳିଆ ସାଆନ୍ତ

     ଭିନ୍ନ ଭିନ୍ନ ଅବତାର

ଧାରଣ କରନ୍ତି କଳୁଷ ନାଶନ୍ତି

     ଉଶ୍ୱାସୀ ଧରିତ୍ରୀ ଭାର।


ସତ୍ୟରେ ନୃସିଂହ ତ୍ରେତୟାରେ ରାମ

     ଦ୍ଵାପର ଯୁଗେ ଶ୍ରୀକୃଷ୍ଣ

କଳି ଯୁଗେ ପ୍ରଭୁ ଜଗନ୍ନାଥ ସ୍ଵାମୀ

      ପତିତ ତାରଣେ ବଶ।


ଚତୁର୍ଦ୍ଧା ମୂରତି ବିଜେ ହୋଇଛନ୍ତି

       ରତ୍ନ ସିଂହାସନ ପରେ

ଦେଖିଲା ଲୋକଙ୍କ ଆଖି ଲାଖି ଯାଏ

       ସୁବେଶରେ ମନ ହରେ।


କେତେ କେତେ ପାପୀ ତରି ଯାଇଛନ୍ତି

     ଶ୍ରୀକ୍ଷେତ୍ରକୁ ବିଜେ କରି

ଭକତ ଜୀବନ ଭକତ ବାନ୍ଧବ

      ଦୀନବନ୍ଧୁ ସେହି ହରି।


ଜୟ ଜଗନ୍ନାଥ ଜୟ ନୀଳାଚଳ

     ବର୍ଣନା ନୁହେଁ ଯାହାର

ନାମର ମହିମା ସ୍ଥାନର ଗାରିମା

      ତ୍ରିଭୁବନେ ଅଟେ ସାର।



Rate this content
Log in

Similar oriya poem from Action