STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଶୋଭା

ଶୋଭା

1 min
411


ଆସିଛି ହେମନ୍ତ ଲାଗେ ଶୋଭାବନ୍ତ

ଧରଣୀ ରାଣୀର ଉଡୁଛି ପଣତ

ଘୋଡେଇ ନେଉଛି କନ୍ୟା ପୁତ୍ର ସୁତ

ଧୀରେ ଧୀରେ ଆସି ଛୁଉଁଛି ଶୀତ

ମାଆ ମାଉସୀଏ କାଢ଼ି ଶୀତ ବସ୍ତ୍ର

ପୂଜନ୍ତି ଦାମୋଦର ପାଳି କାର୍ତ୍ତିକ ବ୍ରତ

ଦୀପାବଳୀ ଆସି ଆଲୋକେ ଆପ୍ଲୁତ

ଅଁଳା ଗଛ ପୂଜା କାର୍ତ୍ତିକରେ ଆଚମ୍ବିତ

ମାଆ ରାଧା ପାଦ ଦର୍ଶନ କରି ପ୍ରଣିପାତ

ପଞ୍ଚୁକ ପାଳିବେ ଶତ ସୂତା ସୁତ

ଧରଣୀ ବକ୍ଷେ ସାଧବ ନେଇ ତା ବୋଇତ

ଆଣୁଥିଲା ଧନ ହେମନ୍ତେ ଅପର୍ଯ୍ୟାପ୍ତ

କାର୍ତ୍ତିକ ପୁନେଇଁ ମନେପକାଏ କଥା ସତ

ଓଡ଼ିଆ ପୁଅର ବାଣିଜ୍ୟ ବସତି ଲଷ୍ମୀ ସେତ

ଧୀର ସମିରଣ ଆଣି ଆସିଛି ହେମନ୍ତ

ପ୍ରକୃତି ଦିଶୁଛି ମନୋରମ ଅତ୍ୟନ୍ତ

ଆକାଶ ଦୀପ ଜଳି ମନ ହୃଦ ଆଲୋକିତ

ସଂସ୍କୃତି ପରମ୍ପରା ଶୋଭା ସାଥେ ଫୁଲ ପତ୍ର

ପ୍ରକୃତି ହସୁଛି ହେମନ୍ତ ଆସିଛି ଅନ୍ତତଃ

ସବୁ ଋତୁ ଆସେ ଯାଏ ଧରଣୀ ମାଆ ସେତ

ସଭିଙ୍କୁ ଜଡ଼ାଇ ବକ୍ଷରେ ହୁଏ ଆନନ୍ଦିତ

ନାହିଁ ଖରା ନାହିଁ ବରଷା ଅଳ୍ପ ପଡୁଛି ଶୀତ

ବୁଢୀମା ହବିଷ ସାଥେ କହେ ଗଳ୍ପ ଅଳ୍ପ ବହୁତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract