ଶୋଭା
ଶୋଭା
ଆସିଛି ହେମନ୍ତ ଲାଗେ ଶୋଭାବନ୍ତ
ଧରଣୀ ରାଣୀର ଉଡୁଛି ପଣତ
ଘୋଡେଇ ନେଉଛି କନ୍ୟା ପୁତ୍ର ସୁତ
ଧୀରେ ଧୀରେ ଆସି ଛୁଉଁଛି ଶୀତ
ମାଆ ମାଉସୀଏ କାଢ଼ି ଶୀତ ବସ୍ତ୍ର
ପୂଜନ୍ତି ଦାମୋଦର ପାଳି କାର୍ତ୍ତିକ ବ୍ରତ
ଦୀପାବଳୀ ଆସି ଆଲୋକେ ଆପ୍ଲୁତ
ଅଁଳା ଗଛ ପୂଜା କାର୍ତ୍ତିକରେ ଆଚମ୍ବିତ
ମାଆ ରାଧା ପାଦ ଦର୍ଶନ କରି ପ୍ରଣିପାତ
ପଞ୍ଚୁକ ପାଳିବେ ଶତ ସୂତା ସୁତ
ଧରଣୀ ବକ୍ଷେ ସାଧବ ନେଇ ତା ବୋଇତ
ଆଣୁଥିଲା ଧନ ହେମନ୍ତେ ଅପର୍ଯ୍ୟାପ୍ତ
କାର୍ତ୍ତିକ ପୁନେଇଁ ମନେପକାଏ କଥା ସତ
ଓଡ଼ିଆ ପୁଅର ବାଣିଜ୍ୟ ବସତି ଲଷ୍ମୀ ସେତ
ଧୀର ସମିରଣ ଆଣି ଆସିଛି ହେମନ୍ତ
ପ୍ରକୃତି ଦିଶୁଛି ମନୋରମ ଅତ୍ୟନ୍ତ
ଆକାଶ ଦୀପ ଜଳି ମନ ହୃଦ ଆଲୋକିତ
ସଂସ୍କୃତି ପରମ୍ପରା ଶୋଭା ସାଥେ ଫୁଲ ପତ୍ର
ପ୍ରକୃତି ହସୁଛି ହେମନ୍ତ ଆସିଛି ଅନ୍ତତଃ
ସବୁ ଋତୁ ଆସେ ଯାଏ ଧରଣୀ ମାଆ ସେତ
ସଭିଙ୍କୁ ଜଡ଼ାଇ ବକ୍ଷରେ ହୁଏ ଆନନ୍ଦିତ
ନାହିଁ ଖରା ନାହିଁ ବରଷା ଅଳ୍ପ ପଡୁଛି ଶୀତ
ବୁଢୀମା ହବିଷ ସାଥେ କହେ ଗଳ୍ପ ଅଳ୍ପ ବହୁତ ।