STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଅନ୍ତିମ ପଥ

ଅନ୍ତିମ ପଥ

1 min
354


କାହାପାଇଁ ଥଟ୍ଟା କାହାପାଇଁ ପାତ୍ର ସେ ଯେ ପରିହାସ

କିଏ କରେ ବିଦ୍ରୁପ କାହାର ସେ ସହୁଥାଏ ଉପହାସ

ତା' ଲୁହ ଏବେ ଏବେ ଲୁଚିଲୁଚି କାନ୍ଦୁଛି ତକିଆ ସହ

ତା' କୋହ ଏବେ ଛାତିତଳେ ରହି କରୁଥାଏ ଉପବାସ

     ଜୀବନକୁ ଜୀବନ ବୋଲି କହିବାର ଜୁ ତାର ନାହିଁ 

     ମୃତ୍ୟୁ ବା ମୃତ୍ୟୁପଥକୁ ସେ କେବେ ଘୃଣା କରେନାହିଁ

     ପ୍ରଭୁ ହେ ତୁଚ୍ଛ ହେବା ପୂର୍ବରୁ ଦେଖାଅ ତାକୁ ତା'ରଥ

     ବିଜୟର ଟୀକା ନେଇ ସେ ଯାତ୍ରା କରୁ ଅନ୍ତିମ ପଥ,


କାହାପାଇଁ ଅଙ୍ଗାର ସେ ଯେ କାହାପାଇଁ ଶୁଷ୍କ ପତ୍ର

କିଏ ତାକୁ ମୁର୍ଖ କହେ କାହାପାଇଁ ସେ ବିଶ୍ଵାସର ପାତ୍ର

ତା' ଓଠରେ ହସ ନାହିଁ ହସିବାକୁ ଶତଚେଷ୍ଟା ତାହାର

କିଏ କହେ ସତ୍ତାହୀନ କାହାପାଇଁ ସେ ସାନ୍ତ୍ୱନାର ଚିତ୍ର,

     ଜୀବନ ଜିଇଁବାକୁ ମନତଳେ ବିରାଟ ସଂଘର୍ଷର ସୁଡ଼ଙ୍ଗ

     ଏ ଜୀବନ ରଙ୍ଗମଞ୍ଚେ ଅଶ୍ରୁରଙ୍ଗ ବୋଳା ଜଣେ କଳାକାର

     ଈଶ୍ୱର ହେ କୃପା କର ଅଧମ ସେ ତା' ବିବେକ ସନ୍ତାପିତ

     ଜୀବନର କୁରୁକ୍ଷେତ୍ରେ ଲଢ଼ିବାକୁ ଦେଖାଅ ଅନ୍ତିମ ପଥ,


କାହାପାଇଁ ପାପୀଟିଏ ସେ ଯେ ମନ୍ଦିରଠୁ ରହେ ଦୂର

ଜାଣିଛି ଈଶ୍ୱର ତା' ଆତ୍ମା-ମନେ ଧର୍ମର ବିଶ୍ୱାସ ପ୍ରଚୁର

କିଏ କହେ ଶକ୍ତିହୀନ ସଂସାରେ ଏକ ବିରଳ ପ୍ରଜାତିର

ଆଉ କାହାପାଇଁ ଏ ମଣିଷର ହସମିଛ ଓ ଲୁହସତ ପ୍ରତିଥର

   ନିଜ ପାଇଁ ଅଳ୍ପ, ଆନ ସୁଖ ପାଇଁ ତା' ମନେ ପ୍ରବଳ ପ୍ରୟାସ

  ହସୁଥାଉ ଜହ୍ନ ଆକାଶ ପୃଷ୍ଠରେ ଆଜୀବନ ସୁଖ ହେଉପ୍ରକାଶ

   ଈଶ୍ୱର ହେ ଦୟାମୟ ଯେତେସବୁ ଯନ୍ତ୍ରଣା ତାହାର ନେପଥ୍ୟ

  ଚାଲିବାକୁ ଅଛି ଅନେକ ବାଟ ମାର୍ଗଦର୍ଶନ କରାଅ ଶ୍ରୀଜଗନ୍ନାଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract