STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଅଦୃଶ୍ୟରେ ରହି

ଅଦୃଶ୍ୟରେ ରହି

1 min
361


ଅଦୃଶ୍ୟରେ ରହି ଲୀଳା କରୁଛନ୍ତି

    ପ୍ରତି କୋଣେ ଅନୁକୋଣେ

ଯଥା ବସନ୍ତରେ ଲୁଚିଛି ଫଗୁଣ

     ଅଜଣା ଦେବତା ଜଣେ।

କହିପାର ତାଙ୍କୁ ମାତା ପିତା ସଖା

      ବିଶ୍ଵାସର ମହାବାହୁ

ତାଙ୍କରି ପାଇଁକି ବହୁଛି ମଳୟ

      ଅଗ୍ନିରେ ଉତ୍ତାପ ରହୁ।

ଶୁନ୍ୟ ଆକାଶରେ ଗ୍ରହ ଉପଗ୍ରହ

      ସୂର୍ଯ୍ୟ ଚନ୍ଦ୍ର ତାରାଗଣ

ନିଜ କ୍ଷେତ୍ରେ ଥାଇ ଜଗତ କଲ୍ୟାଣେ

       ହୋଇଥାନ୍ତି ନିୟୋଜନ।

ପ୍ରକୃତି ଦିଶଇ କେଡେ ମନୋହର

       ଧରି ପାହାଡ ପର୍ବତ

ସବୁଜିମା ବଣ ଗିରି ନିର୍ଝରଣୀ

       ଗାଏ ଅଭୁଲା ସଙ୍ଗୀତ।

ସବୁରି ମୂଳରେ ତାଙ୍କ କର ସ୍ପର୍ଶ

      ବିଶ୍ୱାସରେ ସେହି ହରି

କାଳିଆ ଠାକୁର କୃପାର ସାଗର

       କେତେ ନାମେ ପଡେ ହୁରି।

ଆସ ହେ ସକଳେ ପୂଜିବା ତାହାଙ୍କୁ

       ହୃଦୟ ମନ୍ଦିରେ ନିତି

ନିରନ୍ତର ଚେଷ୍ଟା ଜାହିର ରଖିଲେ

        ଜୀବନ ତ ଯିବ ବିତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action