STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ବନ୍ଧନ ନ ଥିଲେ

ବନ୍ଧନ ନ ଥିଲେ

1 min
0

ବନ୍ଧନ  ନ ଥିଲେ ମୁକ୍ତିର ଆନନ୍ଦ କିଏ ବା କାହିଁ ପାଆନ୍ତା? ଅନ୍ଧାର ଭିତରେ କଳି ହେଉଥାଏ ଦୀପ ଶିଖା ଉଜ୍ଜଳତା। ଦିବସ ନ ଥିଲେ ରାତ୍ରର ଅନ୍ଧାର କୁହ କାହିଁକି ଆସନ୍ତା ବିଚ୍ଛେଦ ବିହୁନେ ମିଳନର ଅର୍ଥ କିଏ ବା ବୁଝି ପାରନ୍ତା। ଜୀବନ ଯେଉଁଠି ଯାତନା ସେଇଠି ନ ହେଲେ ଲାଗେ ନିରୁତା ପାପ ଅଛି ବୋଲି ମପା ଯାଇପାରେ ପୂଣ୍ୟର ଗଭୀରତା। ପଙ୍କର ଗହରୁ ପଦ୍ମ ପ୍ରସ୍ପୂଟିତ ଗନ୍ଧେ ଭରି ମାଦକତା ଭକ୍ତ ଜନ ଭକ୍ତି ପରଖି ନିଅନ୍ତି ଭକ୍ତେ ଦେଇ ରସିକତା। ସେ ଏକା ଅଟନ୍ତି କଳା ସାଆନ୍ତେ ହୋ ପରଂବ୍ରହ୍ମ ବିଶ୍ଵ ପିତା ଆସ ଆସ ତାଙ୍କ ଶରଣେ ପଶିବା ଜୀବନେ ହେବାକୁ ଜିତା। 


Rate this content
Log in

Similar oriya poem from Action