STORYMIRROR

Dr. Rajib Lochan Panigrahy

Tragedy Action Classics

4  

Dr. Rajib Lochan Panigrahy

Tragedy Action Classics

କିଣା ମାନପତ୍ର

କିଣା ମାନପତ୍ର

1 min
233

ସାହିତ୍ୟ ଏକ ସ୍ରୋତସ୍ୱିନୀ ନିର୍ଝରିଣୀ

ମାନସ ପଟରେ କବିର

ଆସିଯାଏ କେଉଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତରେ

ଅବା ଘଟଣା ଦୁର୍ଘଟଣାରେ

କେବେ ଆସେ ପୁଣି ନିଜ ମନ କଷ୍ଟରେ

ଅବା ଉଲ୍ଲାସରେ

ଲେଖି ଚାଲେ ଧରି କାଗଜ କଲମ

ଏବେ ଏବେ କବିତା ଲେଖା ମୋବାଇଲରେ

ଦିନ ଥିଲା ଲେଖୁଥିଲେ କିଛି ରାଜଦରବାରରେ

ପାଉଥିଲେ ପ୍ରଶଂସା ଅବା ପ୍ରୋତ୍ସାହନ

ଏବେ କିନ୍ତୁ ସବୁ ରାଜନୀତି ସରକାରଙ୍କର

ସାହିତ୍ୟରେ ନାହିଁ କିଛି ଆର୍ଥିକ ଲାଭ

ତେଣୁ ସରକାର ବି ନିରବ

ସାହିତ୍ୟ ଓ ସାହିତ୍ୟିକଙ୍କୁ ନେଇ ଗଢୁଛି

ଅନେକ ସାହିତ୍ୟ ସଂସଦ

ଆୟୋଜନ କରନ୍ତି ଅନେକ ସାହିତ୍ୟ ଆସର 

ଦିଅନ୍ତି ମାନପତ୍ର ଉପଢୌକନ

ଏବେ ଏ ସବୁ ଚାଲିଛି ଫେସନ

ଅନେକ ଲେଖନ୍ତି କାହାଠୁ ଚୋରାଇ ଲେଖା

ପଢ଼ନ୍ତି ଆସରରେ ଅବା ଗ୍ରୁପରେ

ସେମାନଙ୍କୁ ନିହାତି ଲୋଡ଼ା ମାନପତ୍ର

ଉତ୍ତୋଳନ କରିବାକୁ ହେବ ଫଟୋ

ଯେଉଁ ଉପାୟରେ ହେଉ ସେମାନେ ହାତେଇବେ

ପୁରସ୍କାର ଓ ମାନପତ୍ର

ନଚେତ ଉଦ୍ୟୋକ୍ତାଙ୍କୁ ଦେବେ ଉତ୍କୋଚ

ଏହି କଥା ଏବେ ପାଲଟିଛି ପ୍ରଥା

ଓଡ଼ିଶାରେ ଏବେ ଚାଲିଛି ସାହିତ୍ୟ ବେପାର

ପଇସା ଦିଅ ମାନପତ୍ର ନିଅ

ତାହା ପୁଣି ମାନପତ୍ର ର ମାନ

ପଇସାରୁ ହେବ ନିର୍ଦ୍ଧାରଣ

ତେଣୁ ଅନେକ ନିରୋଳା ସାହିତ୍ୟିକ ଏବେ

ନିଜ ଲେଖାକୁ ରଖନ୍ତି ଗୋପନ

କାରଣ ଲାଭ ଖୋର ମାନପତ୍ର ବେପାରୀ ଠିକଣାରେ 

ପହଁଚିଯିବେ ଘର

ଫାନ୍ଦ ଫିକର କରି ନିଶ୍ଚେ ନେଇଯିବେ ଚାନ୍ଦା

ଓ ବିକିବେ ମାନପତ୍ର

ଏବେ ବଜାରେ ମିଳୁଛି ଅନେକ ମାନପତ୍ର

କେବଳ ସାହିତ୍ୟ ନୁହଁ ଅନେକ ପାଠ୍ୟକ୍ରମ ଅବା ଡିଗ୍ରୀର

ସେ ସବୁ ପୁଣି ଅବିକଳ ନକଲ ଯେକୌଣସି

ବୋର୍ଡ ଅବା ବିଶ୍ୱବିଦ୍ୟାଳୟର

ଏବେ ଖୋଜା ଚାଲିଛି ରାଜ୍ୟରେ ବିନା ପରୀକ୍ଷାରେ

କରିଛି ଚାକିରୀ କିଣି ମାନପତ୍ର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy