Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ଅନ୍ଧାର କୁ ଦୂର କରି

ଅନ୍ଧାର କୁ ଦୂର କରି

1 min
278


ଅନ୍ଧାର କୁ ଦୂର କରି

ଜାଳିବା ଆସ ଦୀପାବଳୀ ।

ପବିତ୍ର ଉତ୍ସାହ ଆଣି ଆସିଛି ଉତ୍ସବ

ପାଳନ କରିବା ଆସ ଦୀପାବଳୀ ପର୍ବ ।

କେତେ କେତେ ଖୁସି ଆଉ ମଉଜ ଭିତରେ

ପରସ୍ପର ଅନୁରାଗ ପ୍ରୀତି ସ୍ରୋତ ଧାରେ ।

ଆଲୁଅ ଜଳlଇ ସର୍ବେ ଅନ୍ଧାର ରାତିରେ

ବସାଇବେ ଦୀପ ମାଳା ଗ୍ରାମେ ପୁରେ ନଗ୍ରେ ।

ପ୍ରତି କ୍ଷଣେ ଖେଳେ ପ୍ରାଣେ ପ୍ରୀତି ର ଲହରୀ

ଅନ୍ଧାର କୁ ଦୂର କରି ପାଳି ଦୀପାବଳୀ ।

ଅନ୍ଧକାର ଭେଦ ଅଭିମାନ ଓ ଆକ୍ରୋଶ

ଦୂରେଇ ସବୁରୀ ମନେ ବୁଣିବେ ହରଷ ।

କାର୍ତ୍ତିକ ମାସର ଏହି ଅମାବାସ୍ୟା ତିଥି

ଗୃହେ ଗୃହେ ଜାଳି ଦୀପ ଓ ମହମ ବତୀ ।

ଖୁଣ୍ଟରେ ଝୁଲ।ଇ ନାନା ମତେ ବିଶୋଭାଇ

ଆଲୋକ ପରବ ଭାବେ ପାଳିତ ହୁଅଇ ।

କେତେ କେତେ ଖୁସି ମଧୁମୟୀ ସ୍ବପ୍ନ ନେଇ

ମନ୍ଦିରରେ ଦୀପ ମାଳା ଗ୍ରାମେ ଗ୍ରାମେ ପୁଣି ।

ସହର ବଜାର ସବୁ ଠାରେ ଦିପାଲୋକ

କେତେ ସୁମଧୁର ଦିବ୍ୟ ଭାବ ର ଦ୍ୟୋତକ ।

ଆସ ଆସ ଆମ ଦେଶ ସଭ୍ୟତା ସଂସ୍କୃତି

ଚେତନା ମୂଳକ ପର୍ବ ପାଳି ଦୀପାବଳୀ ।

ଉତ୍ସବ ମୁଖର ହୋଇ ଉଠି ଅଛି ଆଜି

ବାଜେ ବାଜା ଫୁଟେ ବାଣ ଓ ଆତସବାଜି ।

ପିତୃ ଦେବତା ଙ୍କୁ ପୟା ଶ୍ରାଦ୍ଧ ରେ ତର୍ପଣ

କାଉଁରିଆ କାଠି ଜାଳି କରନ୍ତି ଆହ୍ୱାନ ।

ଆସିଛି ଆଲୋକ ପର୍ବ ଏହି ଦୀପାବଳୀ

ଉତ୍ସବ ପାଳିବା ସର୍ବେ ଆସ ଦୀପଜାଳି  ।


Rate this content
Log in

Similar oriya poem from Action