STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

ଚଲାବାଟ

ଚଲାବାଟ

1 min
272


ଅଜଣା ରାସ୍ତା

ଅବ୍ୟବହିତ ପୂର୍ବରୁ

ଅସରନ୍ତି ଜିଜ୍ଞାସା ପୋଷେ !


ପ୍ରତି ପାଦେ 

ନୂଆ ମୋଡର

ମୋହ ଯୋଡୁ ଯୋଡୁ

ବାଟ ତିଆରିବାର ସୃହା ବଢୁଥାଏ

ନଈବଢିର ବଢିଲା ଛାତି ପରି ।।


ସେ ବାଟ ଆଉ ଅଜଣା ହେଇ ରହେନି....

ପଛରେ ଆସୁଥିବା ସହସ୍ର ପାଦଟି ମାନଙ୍କ ଅନ୍ବେଷା ବିନ୍ଦୁ

ଚକଚକ କରେ ସେଇ ଦିଗରେ ।।


ଅନୁଧାବନ ପାଇଁ ବିଶ୍ୱାସଟିଏ ଲୋଡା କେବଳ ।।

ହେଲେ

ରାସ୍ତା ତିଆରିବାକୁ

ଝାଟି କାଟ,ମାଟି ଖୋଳ,ସମତୁଲ କରାଅ

କରାଅ ବତୀଘରର ନିର୍ମାଣ

କରାଅ କରାଅ ପାଦକୁ ଚଲେଇ ପାଦଚିହ୍ନ ଘସା

"ଚଲାବାଟ"

ଫୁଟାଅ କଣ୍ଟା ଅଗଣିତ 

ହଜେଇ ଦିଅ ଲୁହ

ବାସ୍ ସ୍ବପ୍ନଟେ ଲାଖିଥାଉ ପଲକ ଅଗରୁ ଲୀନଅନ୍ତରିକ୍ଷ ଯାଏ

ସମାଧିସ୍ଥ ହୁଅ

ହୃଦେ କରୁଣା ନେଇ,


ମନେ ରଖୁ କି ନ ରଖୁ ସମୟ

ଆଙ୍କୁ କି ନ ଆଙ୍କୁ

ତବ ପଦଚିହ୍ନ 

ତୁମେ ଚାଲୁଥାଅ 


କାହାକୁ ତ ଚାଲିବାକୁ ହବ ଶୋଷ ପିଇ

କେହି ଜଣେ ତ ବୁଝାଇବ ନିର୍ବାଣର ଅର୍ଥ .....

ବୋଲାଇବ " ବୋଧିସତ୍ୱ "


ଆସ ଟେକିଧର ଦୀପ 

ଅମୃତ ପଥରେ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action