ସୀତା ବିବାହ
ସୀତା ବିବାହ
ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସେତ
ଅଟଇ ସୀତା ବିବାହ
ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଙ୍କ
ପ୍ରଯୋଜିତ ନିର୍ଦ୍ଦେଶିତ ।
ନିର୍ମାଣିତ ହେଲା ସେହି ଚଳଚିତ୍ର
ପବିତ୍ର ଶ୍ରୀ କ୍ଷେତ୍ର ଧାମେ
ଉଣାଇସ ଶ ପଞ୍ଚ ତ୍ରିଂଶ ମସିହା ରେ
ଚଉଦ ଟି ଗୀତ ସ୍ୱନେ ।
ଅପୂର୍ବ ସ୍ପନ୍ଦନ ଲହରୀ ତୋଲଇ
ଯାହା ଦର୍ଶକ ଙ୍କ ମନେ
କାମ ପାଳ ମିଶ୍ର କାହାଣୀ ସଂଳାପ
ତାହାର ରଚନା କଲେ ।
ହରି ଚରଣ ଙ୍କ ସଙ୍ଗୀତ ସର୍ଜନା
ଅପୂର୍ବ ମାଧୁରୀ ତାଳେ
ରାମ ସୀତା ଙ୍କ ର ବିବାହ କାହାଣୀ
ଆଧାରେ ରୋମାଞ୍ଚ ମlଳେ ।
ଅଢେଇ ଘଣ୍ଟିଆ ଏହି ଚଳଚିତ୍ର
ଆହା କି ଆମୋଦ ମୟ
ରାମ ଭୂମିକା ରେ ମାଖନ ଲାଲ ଙ୍କ
ଆକର୍ଷକ ଅଭିନୟ ।
ଅଭିନେତ୍ରୀ ତହିଁ ସୀତା ଚରିତ୍ର ରେ
ପ୍ରଭାଵତୀ ଙ୍କ ନିଖୁଣ
ଅଭିନୟ ସାଥେ ଆଦିତ୍ୟ ମହାନ୍ତି
ହୋଇଣ ଥିଲେ ଲକ୍ଷ୍ମଣ ।
ଉଣାଇସ ଶହ ଛତିଶ ଏପ୍ରିଲ
ପୁରୀ ର ଲକ୍ଷ୍ମୀ ଟକିଜ
ଠାରେ ଏ ପ୍ରଥମେ ପ୍ରଦର୍ଶିତ ହୋଇ
କଲା ସଭିଙ୍କୁ ଆଶ୍ଚର୍ଯ୍ୟ ।
ଚକିତ ହୋଇଲେ ସିନେମା ହଲ ରେ
ଚଳ ଚିତ୍ର ଅଭିନୟ
ସୀତା ବିବାହ ର ଲୀଳା ଅଭିନୀତ
ଚିତ୍ରବଳି ଅହରହ ।
ବିଦ୍ୟୁତ ଆଲୋକ ସଂଗୀତ ଝଲକ
ଚଳି ସୃଜଇ ପୁଲକ
ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ହୋଇ
ରଖିଲା ପ୍ରସିଦ୍ଧି ଟେକ ।

