Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics

4  

Satyanarayan Sahoo

Action Classics

କାର୍ତ୍ତିକ ଅମାବାସ୍ୟା

କାର୍ତ୍ତିକ ଅମାବାସ୍ୟା

1 min
205



ଆସୁଛି ପରା କାର୍ତ୍ତିକ ମାସ ଅମାବାସ୍ୟା

ସବୁରି ମନ ରେ ଖୁସି , ସ୍ନେହ ପ୍ରେମ ଶ୍ରଦ୍ଧା ।

ଦୀପାବଳି ପୟlଶ୍ରାଦ୍ଧ ପରବ ଆସୁଛି

ବଜାରେ ଆତସବାଜି ବିପ୍ପଣି ବସିଛି ।

ଏଥି ସହ କାଳୀ ପୂଜା ପାଇଁ ପୂଜା ସଜ

କିଣୁ ଛନ୍ତି ଜନେ ଦେବା ପାଇଁ ପୟା ଶ୍ରାଦ୍ଧ ।

ଶ୍ରଦ୍ଧା ରେ ଜଳାଇ କପା କାଠି ଅଜା , ଆଈ

ବଡ ବଡ଼ୁଅ ହେ ଆସ ଅନ୍ଧାର ରେ କହି ।

ଆଲୋକ ରେ ଫେରି ଯାଅ ପୟା ଶ୍ରାଧ ନେଇ , 

ଦୀପ ଜାଳି ଦୀପାବଳି ଧାଡ଼ି ଧାଡ଼ି ଥୋଇ ।

ଘର ଓ ବାହାର କରି ଦେଉ ଆଲୋକିତ

ଅମା ଅନ୍ଧକାର ମଧ୍ୟେ ହୁଅଇ ପାଳିତ ।

କିଣିବା ଜିନିଷ ଚାଲ ଦେବା ପୟା ଶ୍ରାଦ୍ଧ

ଆଖୁ କଦଳୀ ନଡ଼ିଆ , ଫଳ ଅମରୁଦ ।

ଦୀପ , ବାଣ , ଝରlବତୀ ଓ ମହମ ବତୀ

ଭଳି ଭଳି ଦୋକାନ ରେ ସଜ୍ଜିତ ରହିଛି ।

ବିଜୁଳି କିମିଆ କାରୀ ଭଳି ଭଳି ଆଲୋ

ଚିକି ମିକି ଜଳି ଝଳି ଦିଶେ ଝଲ ମଲ ।

ଝିକି ମିକି , ଝିଲି ମିଲି ବିଜୁଳି ର ଦୀପ

ଦାଉ ଦାଉ ଜଳି ଦେଖ ଲିଭେ ଦପ ଦାପ ।

ନାଲି ନେଳି ହଳ ଦିଆ ନାନାଦି ବର୍ଣ୍ଣ ର

ଚିତ୍ର ବିଚିତ୍ର ଆଲୋକ ମାଳା ଚମତ୍କାର ।

ଝକମକ ଝିକିମିକି ଝଟଝଟ ଶୋଭା 

ଝଟକ ଝଟକି ବିଭାସେ ବର୍ଣ୍ଣିଳ ଆଭା ।

ଝର ଝର ଝୁରୁ ଝୁରୁ ଝରା ବତୀ ଝରେ

ଛର ଛର ଚ୍ଛୁରୁ ଛୁରୁ ଛୁରୁଛୁରୀ ଜଳେ ।

ମନମୁଗ୍ଧକର ସୌନ୍ଦର୍ଯ୍ୟମୟ ପ୍ରକାଶ

ଅମା ଅନ୍ଧକାର ମଧ୍ୟେ ଆଲୋକ ବିଭାସ ।

ଧକଧକ ହୁଏ ଛାତି ବାଣ ବଜାର ରେ

ଫଟଫାଟ ଢ଼ଓ ଢାଆ ଶୁଭେ ଚାରି ଆଡେ ।

ବାରୁଦ ଗନ୍ଧ ରେ ନାକ ପଡୁ ଅଛି ଫାଟି

ବାଣ ନ କିଣି ଆଣିବା ଚାଲ କପା କାଠି ।

ଦୀପ ଓ ମହମ ବତୀ ଅଟେ ନିରାପଦ

ପୂଜା ସଜ କିଣି ଆଣି ଦେବା ପୟା ଶ୍ରାଦ୍ଧ ।

ପ୍ରଦୂଷଣ ରୋଧ କାରୀ ସବୁଜ ବାଣ ର

ପରିବେଶ ଶୁଦ୍ଧ ରହେ କର ବ୍ୟବହାର ।

ରଙ୍ଗବେରଙ୍ଗ ର କିଣି ଆଲୋକ ରୋଷଣୀ

ସଜାଇବା ଦୀପ ପରି ବଜାର ରୁ  ଆଣି ।



Rate this content
Log in

Similar oriya poem from Action