STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ତୁମେ ତ ଫେରିଲ ନାହିଁ

ତୁମେ ତ ଫେରିଲ ନାହିଁ

1 min
270


ତୁମେ ନୀଳକଇଁ ପୋଖରୀ ପଠାରେ 

ଫେରିଲନି ନଈ ଧାରେ

ତୁମେ ବି କୁମୁଦ ଉଆଁସ ଅନ୍ଧାରେ

ଫେରିଲନି ଆକାଶ ବୁକୁରେ

ବରଷା ଆସୁନି ମୌସୁମୀ ଡାକରା ପାଇ

ବସନ୍ତ ଲେଖୁନି ଆମ୍ବ ପତରରେ

ପ୍ରିୟାକୁ ପତରଟେ ଦେବାପାଇଁ 

ସଂଗୀତରେ ନାହିଁ ମୂର୍ଚ୍ଛନା କାହିଁ

ମନଉପବନେ ଫୁଟୁନାହିଁ ଫୁଲ କଢି

ତୁମେ କି ଫେରିବ ସମୟ ଆଉଥରେ

ଖୋଜିବାକୁ କଣ ଥାଏ ଧୂଳିଘରେ

ମାଣିକ ଆସୁନି ଦହି ବି ବିକୁନି

ଶୂନ୍ୟ ଶୁନ୍ୟ ଲାଗେ ମାଣିକ ପାଟଣା ଗାଁ

ତଲେଇ ଟାଣି ଡ଼ଙ୍ଗା ବାହୁନି ନାବିକ

ହୃଦୟେ ସୁମରି କାଲିଜାଇ ମାଆ

ହଜେଇ ଦେଇ ଖୋଜୁଛି କେ କେତେ

ଫେରିପାଇବାକୁ ତାକୁ,ସେସବୁକୁ 

ଆସିବନି ଫେରି ସମୟ ସାଥିରେ ନା ବାହି

ଯାଇଛି ଯେ ସ୍ମୃତି ହୋଇ ରହିବାକୁ

ଶୁଭୁନାହିଁ ଆଉ ଶାଗଡିଆ ଗୀତ

ଶୁଣିଦେଲେ ଯାରେ ହୃଦୟ ଯାଏ ତରଳି

ଶୁଭୁନାହିଁ ଆଉ ବଇଁଶୀ ସ୍ଵନ

ଯଶୋଦା ମାଆ ଆଖିରେ ନାହିଁ ସେ ସପନ

ଦୂରେ ଯାଇଛି ସେ ଗଳାମାଳି

ଆଉ କି ଫେରିବ କହ୍ନେଇ ରୂପେ ସେ

କୃଷ୍ଣ ନାମେ ପରା ମହାଭାରତ ଶଙ୍ଖ

ବଜାଏ ସତେ ଏକ ପେଁକାଳି 

ଗଲା ପୁତ୍ର ଆଉ ବାହୁଡ଼ି ଆସେନା

ସଂସାରେ ଏମିତି ଅନେକ ଯେମିତି

ଖୋଜନ୍ତି ପଦଚିହ୍ନ ଭାଳି

ଯିଏ ଅବା ଯାହା ଗଲାଣି ଯାଉ

ଅଛି ଯିଏ ପାଖେ ସାଇତିବା ତାକୁ ସେମାନଙ୍କୁ

ବନ୍ଦାଇ ଚନ୍ଦନ କର୍ପୁର ଥାଳି

ମନ ହୃଦୟରେ କଳାକାହ୍ନୁ ନାଚୁ ତାଥେଇ ତାଥେଇ

ମାଆ ମନେ ଆଶା ନହେଉ ନିରାଶା

କାଲିକି ଆସିବ ତା ସୁନାଥାଳି ଦେବାକୁ ଚନ୍ଦନ ବୋଳି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract