STORYMIRROR

Debadatta Jena

Children Stories Action Inspirational

3  

Debadatta Jena

Children Stories Action Inspirational

ବିସ୍ମୟ ବିଦ୍ରୋହୀ..

ବିସ୍ମୟ ବିଦ୍ରୋହୀ..

1 min
248


ହେ ବିସ୍ମୟ ବିଦ୍ରୋହୀ.., 


ରାଷ୍ଟ୍ରବାଦୀ ତୁମେ, ରାଷ୍ଟ୍ର ହିତ ପାଇଁ 


ଥିଲ ମୁକ୍ତି ମଶାଲ ଯାତ୍ରୀ, 


ତୁମେ ଚିର ଅବିସ୍ମରଣୀୟ.. 


ମତେ ରକ୍ତ ଦିଅ, ମୁଁ ସ୍ୱାଧୀନତା ଦେବି.. 


ଏବେ ବି ଗୁଂଜରିତ,ତୁମେ ବୀର ସିପାହୀ.. !


ହେ ପ୍ରିୟ ନେତାଜୀ.., 


ସାମ୍ରାଜ୍ୟ ବାଦର ମୁଳୋତ୍ପାଟନ ପାଇଁ 


ତୁମେ ଗଢିଲ ସଶସ୍ତ୍ର ବାହିନୀ, 


ତୁମେ ଅବିଶ୍ୱାସନୀୟ,ବିଶ୍ୱ ବନ୍ଦନୀୟ... 


ଆଜାଦ ହିନ୍ଦ ଫୋୖଜ, ଫ୍ରି ଇଣ୍ଡିଆ ଆର୍ମି.. 


କରି ମୁକ୍ତିର ଆହ୍ୱାନ,ଗଢି ସଶସ୍ତ୍ର ସତ୍ୟାଗ୍ରହୀ..!


ହେ ପ୍ରିୟ ସୁଭାଷ, ବୀର ପୁଂଗବ, 


ବିଦ୍ରୋହର ବହ୍ନି, ହେ ବୀର ଫୋୖଲାଦୀ, 


ଦେଶ ଭକ୍ତ ତୁମେ, ନିଜ ସ୍ୱାର୍ଥ ତେଜି 


ସଜିଲ ସଚ୍ଚା ସ୍ବଦେଶୀ, 


ଆକ୍ସିସ ପାୱାର ଗଢିଥିଲ ତୁମେ 


ହୀନ, କାପୁରୁଷ ପଣ ହେଜି, 


ସ୍ୱାଧୀନତା ଲିଗ, ଏ ଦେଶ ଗୌରବ 


ମାତୃଭୂମି,ଏ ଦେଶପ୍ରେମ ଲାଗି, 


ଦିଲ୍ଲୀ ଚଲୋ ଏବେ ଶତ ମୁଖରିତ, 


ସ୍ୱାଧୀନ ଭାରତ, ହେ ଜନ ନାୟକ 


ତୁମ ପାଇଁ ଗର୍ବିତ ଯେ, ବଳିୟାନ ଗରିୟସୀ..!


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍