STORYMIRROR

Geetanjali Prusty

Action

4  

Geetanjali Prusty

Action

ମାଆ ହାତ ରନ୍ଧା

ମାଆ ହାତ ରନ୍ଧା

1 min
39


ଜଗତର ନାଥ ଜଗତଠାକୁର

ମାନବୀୟ ଲୀଳା କଲ

ମାଆ ଯଶୋଦାଙ୍କ ହାତରନ୍ଧା ପାଇଁ

ପହିଲି ଭୋଗ ଖାଇଲ

ତୁମେ ସେହି ଅବତାର

ଚାରିଯୁଗେ ଚାରି ଭିନ୍ନ ରୂପ ତୁମ

ଅରୂପରେ ରୂପକାର ll


ଧନୁ ସଂକ୍ରାନ୍ତିରୁ ଏକ ମାସ କାଳ

ଖାଉଛ ପହିଲି ଭୋଗ

ମହାଲକ୍ଷ୍ମୀ ଯେବେ ପୀତ୍ରାଳୟ ଯାନ୍ତି 

ମିଳେ ମାଆ ହାତରନ୍ଧା ଯୋଗ

ତୁମେ ଜଗତ ଠାକୁର

ସମାଜେ ବାଣ୍ଟୁଛ ସମ୍ପର୍କର ବାର୍ତ୍ତା

ବଡ଼ ପରା ମାତୃ ଡୋର ll


ଯେଉଁ ଉତ୍କଳର ପ୍ରାଣର ଠାକୁର

ମାଆ ପ୍ରେମ ଡୋରେ ବନ୍ଧା

ସେଇଠି କାହିଁକି ସତ୍ୟ, ନ୍ୟାୟ, ଧର୍ମ

ସୁଗୁଣକୁ ହୁଏ ନିନ୍ଦା

ଲକ୍ଷ୍ମୀ ଭଳି ପତ୍ନୀ ଥାଉ ଥାଉ ଯେବେ

ମାଆ ହାତରନ୍ଧା ମୋହ

କଳାକାହ୍ନୁ ପୁଣି ଭୁଲି ପାରିଲେନି

ମାନବ କି ଛାର କହ...ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action