Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Action

4  

Geetanjali Prusty

Action

ସାରସ୍ୱତ ବିପର୍ଯ୍ୟୟ

ସାରସ୍ୱତ ବିପର୍ଯ୍ୟୟ

1 min
9


ସାହିତ୍ୟ ନାମରେ ଅଣ ସାହିତ୍ୟିକ

କରିଛନ୍ତି ମହାମେଳି

ମୌଳିକତା ଛାଡ଼ି ମାନପତ୍ର କେତେ

ବିକ୍ରି ହୁଏ ଭଳି ଭଳି l


ଶବ ଖାଇବାକୁ ଶାଗୁଣା ଯେସନେ

ଆସିଥାନ୍ତି ଦଳଦଳ

ଶସ୍ତା ସାହିତ୍ୟିକ ସେହି ଅନୁରୂପ

ଖଟାଅନ୍ତି କଳାବଳ l


ସାହିତ୍ୟକୁ ନେଇ ହୀନ ରାଜନୀତି

ଆଦୌ ନୁହେଁ ଶୁଭଙ୍କର

ମାଗି ଆଣିଥିବା ସମ୍ମାନ ସନନ୍ଦ

ନୁହେଁ ପଥ ବିଜୟର l


ଘଟସୂତ୍ର ଭଳି ଖୋଲିଲାଣି ଏବେ

ସାହିତ୍ୟିର କାର୍ଯ୍ୟାଳୟ

ଟଙ୍କା ବିନିମୟେ ସବୁ ଉପଲବ୍ଧ

ସାରସ୍ୱତ ବିପର୍ଯ୍ୟୟ l


ପଦ ପଦବୀର ପରିଚୟ ଦେଇ

ଦଲାଲ ଉଠନ୍ତି ମାତି

ଯୋଗ୍ୟତା ନଥାଇ ମଞ୍ଚରେ ବସନ୍ତି

ପଇସାର କରାମତି l


ଯୋଗ୍ୟତା ସମ୍ପନ୍ନ ପ୍ରଣମ୍ୟ ପ୍ରତିଭା

ମଉଳି ଯାଆନ୍ତି ଆଜି

ମୁକ୍ତି ପାଇବାକୁ ବ୍ୟସ୍ତ ବିବ୍ରତ ସେ

ଉପଯୁକ୍ତ ପଥ ଖୋଜି l


ସଚ୍ଚା ସାହିତ୍ୟିକ ହୁଅ ସଚେତନ

ବାଳୁଙ୍ଗାକୁ ଦିଅ ଫିଙ୍ଗି

ଏ ବଂଶ ମାଡିଲେ ସାରସ୍ୱତ ଧାରା

ଅକାଳେ ପଡ଼ିବ ଭାଙ୍ଗି l


ଲୋକ ଦେଖାଣିଆ ସହଯୋଗ ସାଥେ

ବଢ଼ାଅନ୍ତି ପରିଚୟ

ପ୍ରଚାର ସର୍ବସ୍ବ କ୍ରିୟା ପ୍ରତିକ୍ରିୟା

ସାଙ୍ଘାତିକ ଅଭିନୟ l


ମାନବବାଦର ଭଦ୍ର ମୁଖାତଳେ

ଲୋଲୁପତା ଅଛି ଲୁଚି

ପ୍ରତିବାଦେ ବନ୍ଧୁ ଲେଖନୀ ଚଳାଅ

ରଖି ସାଧନାରେ ରୁଚି l


ଖୋଲିଯିବ ମୁଖା ସମୟ ସାଥୀରେ

ପ୍ରତୀକ୍ଷାର ହେବ ଅନ୍ତ

ସେହିଦିନଟିକୁ କରିଛୁ ଅପେକ୍ଷା

ସାହାହୁଅ ଜଗନ୍ନାଥ l


Rate this content
Log in

Similar oriya poem from Action