Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ପ୍ରଭାତ ପ୍ରଣତି

ପ୍ରଭାତ ପ୍ରଣତି

1 min
271



ପ୍ରଭାତ ପ୍ରଣତି ଘେନ ବିଶ୍ୱପତି 

  ଆହେ ବିଶ୍ଵ କାରିଗର l

ନୀଳଚକ୍ର ପରେ ପତିତପାବନ 

  ନେତ ଉଡ଼େ ଫରଫର l


ଅଦ୍ଭୂତ ଶୃଙ୍ଗରେ ମୀନ ଅବତାରେ 

   ପ୍ରଳୟ ଜଳରୁ ହରି l

ସପତ ଋଷିଙ୍କୁ ନାବେ ଉଦ୍ଧରିଲ 

   ଗଭୀର ଜଳେ ବିହରି l


କଚ୍ଛପ ରୁପରେ କଠିନ ପିଠିରେ 

    ବହିଲ ମନ୍ଦର ଭାର l

ସାଗର ମନ୍ଥନୁ କମଳା ଲଭିଲ 

  ଆହେ କମଳିନୀ ବର l


ସତ୍ୟ ଯୁଗେ ହରି ମର୍ତ୍ତ୍ୟେ ଅବତରି 

  ହିରଣ୍ୟାକ୍ଷ ଦୈତ୍ୟ ମାରି l

ଦନ୍ତାଗ୍ରେ ଧରଣୀ ଉଦ୍ଧରିଲ ପୁଣି 

    ଶୁକର ରୂପକୁ ଧରି l


ହିରଣ୍ୟ ବିଦାରି ଆହେ ନରହରି 

  ସତ୍ୟ ଥାପିଲ ମହୀରେ l

ଉଗ୍ର ନରସିଂହ ହେ ପୁରୁଷ ସିଂହ 

   ଜୟ ଜଗଦୀଶ ହରେ l


ବାମନରେ ବଳି ମର୍ଦ୍ଦିଲ ଅର୍ଦ୍ଦଳି 

   ଭୂମି ତ୍ରିପାଦ ମାତର l

ଏକୋଇଶ ବାର କ୍ଷତ୍ରିୟ ସଂହାର 

   ପର୍ଶୁରାମ ପର୍ଶୁଧର l


ସତ୍ୟସନ୍ଧ ପ୍ରଭୁ ରାମ ଅବତାର 

  ସତ୍ୟେ ହେଲ ବନଚାରୀ l

ପଥରେ ପଥର ଆହେ ଧନୁର୍ଦ୍ଧର 

  ତାରିଲ ଗୌତମ ନାରୀ l


ବଳରାମ ରୂପେ ଆହେ ମହାବଳି 

    ହଳ ମୁଷଳ ଧାରଣ l

ତାଳ ବନ ମଧ୍ୟେ ଧେନୁକା ବଧିଲ

   ଆହେ ରେବତୀ ରମଣ l


ବୌଦ୍ଧ ରୁପେ ହରି କରୁଣାବତାର

   ଜ୍ଞାନ ବିସ୍ତାର ସଂସାରେ l

ସତ୍ୟ ଶାନ୍ତି ଦୟା କ୍ଷମା ଆଚରଣ

   ଜୟ ଜଗଦୀଶ ହରେ l


କଳ୍କୀରୂପ ହେବେ ମ୍କେଛ ସଂହାରିବେ

     ପତିତ ପାବନ ହରି l

ଧୁମକେତୁ ପ୍ରାୟ ଧରଣୀ ବିହାର

    କରେ କରବାଳ ଧରି l


ଆହେ ଦାରୁବ୍ରହ୍ମ ଛିଡୁ ମୋର ଭ୍ରମ

   ପ୍ରଭାତ ପ୍ରଣତି କରେ l

ନୀଳାଚଳ ପତି ଅଗତିର ଗତି

   ଜୟ ଜଗଦୀଶ ହରେ

  ଜୟ ଜଗଦୀଶ ହରେ l



Rate this content
Log in

Similar oriya poem from Inspirational