Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

4.0  

PRABHAS KUMAR MOHAPATRA

Inspirational

ସ୍ୱତନ୍ତ୍ର ମୋ ପ୍ରେମ !

ସ୍ୱତନ୍ତ୍ର ମୋ ପ୍ରେମ !

1 min
168



ଜାଣିନି କେଜାଣି କେମିତି କିପରି

ମୋ ହୃଦୟେ ନେଲୁ ସ୍ଥାନ l

ପ୍ରେମର ଅତର ସିଞ୍ଚି ଦେଇଗଲୁ

ଖୋଜେ ତୋତେ ମୋର ମନ l


ନିବେଦନ କେବେ କରିନାହିଁ ତୋତେ 

କରିନାହିଁ ଜିଦି ଜୋର l

ଛଳନା କରିନି ମିଛ ମୁଁ କହିନି 

ଜିତିବାକୁ ମନ ତୋର l


ଛାଡି ମୁଁ ଦେଇଛି ମୁକ୍ତ ଆକାଶରେ

ଉଡ଼ି ବୁଲିବାକୁ ତୋତେ l

ଉଡି ଉଡି ଯଦି ଫେରି ଆସୁ ତୁହି

ପାଉଛୁ ଭଲ ତୁ ମୋତେ l


ପ୍ରେମ ନୁହେଁ ମୋର ଛଳନା ପଞ୍ଜୁରୀ

ଛଳରେ ରଖିବି ତୋତେ l

ପ୍ରେମ ମୋ ଅଟଇ ଚିରନ୍ତନ ସତ୍ୟ

ବନ୍ଦୀ କରିନି ମୁଁ ତୋତେ l


ଉଡ଼ି ଉଡ଼ି ତୁହି ହଜାରେ ଭିତରେ

ବାଛିବୁ ଯଦି ତୁ ମୋତେ l

ଜାଣିବି ସେଦିନ ମୋ ପ୍ରେମ ଶାଶ୍ୱତ

ଭଲ ତୁ ପାଉଛୁ ମୋତେ l


ଯଦି ତୁ ନ ଆସୁ ଆକାଶ ଭିଡ଼ରେ

ହେଲୁ ତୁ ଦୈହିକ କା'ର l

ପାଉଅଛି ଭଲ ପାଉଥିବି ଭଲ

ବିଦେହ ପ୍ରେମ ତୁ ମୋର।


Rate this content
Log in

Similar oriya poem from Inspirational