Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

4.0  

PRABHAS KUMAR MOHAPATRA

Inspirational

ମହାମୂର୍ଖ ଟିଏ ମୁହିଁ

ମହାମୂର୍ଖ ଟିଏ ମୁହିଁ

1 min
112



କେମିତି କହିବି ନିଜକୁ ପଣ୍ଡିତ

କିଛି ଜାଣି ପାରୁ ନାହିଁ l

ବର୍ଣ୍ଣବୋଧ ପାଠ ସମ୍ପୂର୍ଣ୍ଣ ଶିଖିନି

ବ୍ୟାକରଣ ସରୁନାହିଁ ll


ଜୀବନର ପାଠ ପଢିତ ପାରୁନି

ସରିବାର ନାଆଁ ନାହିଁ l

ପଢୁ ପଢୁ ନିତି ଆରମ୍ଭ ହେଉଛି

ଯେତେ ପଢୁ ଅଛି ମୁହିଁ ll


ଇଂରାଜୀ, ଭୂଗୋଳ, କତେ ପାଠ ଅଛି

ପଣ୍ଡିତ କେମିତି ମୁହିଁ l

ସବୁ ପାଠ ମୁଁ ତ ପଢ଼ିତ ସାରିନି

ବୋଧ ସବୁ ହେଇ ନାହିଁ ll


ଶାସ୍ତ୍ର,ବ୍ୟାକରଣ,ଗଣିତ,ପୁରାଣ

ସବୁରେ ପାଣ୍ଡିତ୍ୟ କାହିଁ l

କେମିତି କହିବି ନିଜକୁ ପଣ୍ଡିତ

ମହାମୂର୍ଖ ଟିଏ ମୁହିଁ ।


Rate this content
Log in

Similar oriya poem from Inspirational