Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Inspirational

3  

Kalyani Nanda

Inspirational

ମହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀ

1 min
112



        ପରାଧୀନତା ର ଶୃଙ୍ଖଳ‌ ରେ ବନ୍ଧା,

          ଭାରତ ଭାରତୀ ର ସେ ଦୁର୍ଦ୍ଦଶା,

       ସହି ନ ପାରି ହେ ବାପୁଜୀ ମହାତ୍ମା,

         ଶାନ୍ତି, ଅହିଂସାର ଅସି ବଳେ,

     ଭାରତ ମାଟି କୁ ଦେଇ ପାରିଥିଲ ସ୍ବାଧୀନତା।


       କ୍ଷୀଣ ବପୁରେ ଥିଲା ଯେ ଦୃଢ଼ତା,

          ଆତ୍ମବିଶ୍ବାସ ର ସେ ପଦଯାତ୍ରା,

       ଲବଣ ସତ୍ୟାଗ୍ରହର ଦାଣ୍ଡି ଯାତ୍ରା,

          କମ୍ପନ ଆଣି ଫିରିଙ୍ଗି ହୃଦୟେ, କୋଟି ଜନ ସମୁଦ୍ରେ ସ୍ବାଧୀନତାର ତରଙ୍ଗ ଉଠିଥିଲା।


      ମୈ|ନତା ର ଅସ୍ତ୍ର ଧାରେ ହେ ମହାତ୍ମା,

          ଆଣିଥିଲ ତୁମେ ଯେ ସ୍ବାଧୀନତା,

      ତୁମ ସ୍ବପ୍ନର ଭାରତ ଆଜି ସବୁଠି ଆଗୁଆ,

          ତ୍ରିରଙ୍ଗା ଆଜି ଉଡେ ଗଗନେ, 

 ଦେଇଯାଏ ବିଶ୍ବକୁ ଶାନ୍ତି, ଅହିଂସା, ଧର୍ମର ବାରତା ।


       ତୁମ ପରି ବୀର ସନ୍ତାନ ପାଇଁ ଗର୍ବିତା ,

           ଆଜି ସ୍ବାଧୀନ ଭାରତ ମାତା,

       ନିଃସ୍ୱାର୍ଥ ଭାବେ ବରିନେଲ ପଥ ସ୍ବାଧୀନତା,

         ଆଜି ବି ସାରା ବିଶ୍ବ ସ୍ମରଣ କରେ, ହେ ଅହିଂସା ପୂଜାରୀ ତୁମରି ସମ୍ମାନେ ନୁଆଁଏ ମଥା।



Rate this content
Log in

Similar oriya poem from Inspirational