Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

4.0  

PRABHAS KUMAR MOHAPATRA

Inspirational

ମାନିନୀ ପ୍ରେମର ରୂପ

ମାନିନୀ ପ୍ରେମର ରୂପ

1 min
170



ସୁନ୍ଦର ରୂପସୀ ଅଟେ ଗୁଣବତୀ

ଲାବଣ୍ୟବତୀ ମାନିନୀ l

କୋଟିଏ ଚାଉଳେ ଗଢ଼ିଛି କିଏ ଯେ

ଖୁଣ ମୁଁ ଖୋଜି ପାଉନି l


ଦୈହିକ ଭାବରେ ସୁନ୍ଦର ଦେଖିଲେ

ବିଦେହେ ତା'ଠୁ ଅଧିକ l

ଦୈହିକ ସୁନ୍ଦର ଦିନେ ଝଡ଼ି ଯିବ

ବୟସ ହେଲେ ଅଧିକ l


ବିଦେହ ହୁଏନା କେବେ ଅସୁନ୍ଦର

ହେଉ ଖରା ବର୍ଷା ଶୀତ l

ଥିଲା ସିଏ ଯାହା ଅଛି ଏବେ ତାହା

ଗାଉଛି ତାହାରି ଗୀତ l


ଅଟେ ସ୍ନେହମୟୀ ସେ ତ ପ୍ରେମମୟୀ

ଅଟଇ ଶାନ୍ତ ସରଳ l

କେଉଁ କାରିଗର ଗଢ଼ିଛି ତା' ହାତେ

ଏମିତି ନାରୀ ବିରଳ l


ନାହିଁ ଯାହା ପାଶେ ଈର୍ଷା ଦ୍ୱେଷ ଭାବ

ଚରିତ୍ର ଯା'ର ପବିତ୍ର l

ଲୋଡ଼ା ନାହିଁ ତାର ଦୈହିକ ପ୍ରେମ ତ

ତା' ପ୍ରେମ ଭାରି ବିଚିତ୍ର l


ଥିଲେ ଥାଉ ପଛେ ଯେତେ ଦୂରେ ସିଏ

ଦୈହିକେ ଆଜି କେଉଁଠି l

ଥିଲା ଦିନେ ସିଏ ମୋହରି ହୃଦୟେ

ବିଦେହେ ଆଜି ବି ସେଠି ।


Rate this content
Log in

Similar oriya poem from Inspirational