STORYMIRROR

Satyabati Swain

Inspirational

3  

Satyabati Swain

Inspirational

ମିଠା ବେଶୀ

ମିଠା ବେଶୀ

1 min
4


ଭାବନା ଅକଳନ ମଣିଷ ଭିତରେ

ପର ଲାଗି ଉଡୁଥାନ୍ତି

ଜୀବନ ଆକାଶଟି ଉଡାଣ ପାଇଁକି 

ଅତି ଛୋଟ ହୋଇ ଯାନ୍ତି।


ଜୀବନ ସରଇ ଶେଷହୁଏ ନାହିଁ

ମନରୁ ଭାବନା ରାଜି

କିଛି ପୁରି ଯାଏ କିଛି ଅଧା ରୁହେ

ଭାଵ ହେଉଥାଏ ଭାଜି।


ସକାରାତ୍ମକ ଭାଵ ହେଲେ ଦିବ୍ୟ

ଜୀବନରେ ଖୁସି ଝରେ

ଭାବକୁ ନିକଟ ଅଭାବକୁ କାଳିଆ

ଶାସ୍ତ୍ର କୁହେ ରୁହେ ଦୁରେ।


ଭାଵ ନିରିମଳ ହୃଦୟରେ ଥିଲେ

ଦେବତା ହୁଅନ୍ତି ଖୁସି

ଭାବରେ ବନ୍ଧା ସକଳ ଜଗତ

ହୃଦୟ ଭାବେ ମିଠା ବେଶୀ।



Rate this content
Log in

Similar oriya poem from Inspirational