STORYMIRROR

Satyabati Swain

Children Stories

4  

Satyabati Swain

Children Stories

ବୋଉ ଓ ଜନ୍ମଦିନ

ବୋଉ ଓ ଜନ୍ମଦିନ

1 min
13

ସକାଳ

ଅଳସ ଭାଙ୍ଗୁଥିଲା

ଖରା କିଛି କହିବ କହିବ

ହେଉଥିଲା

କୃଷ୍ଣ ଚୂଡ଼ା ମୁରୁକି ହସି

ଇସାରା କରୁଥିଲା

କ୍ୟାଲେଣ୍ଡର

ଝିଙ୍କୁ ଥିଲା ଆଖି।।


ଓଃ କଥା କଣ!

ମନେ ପଡ଼ିଲା ବୋଉ

ତା ଶୀଳବଟା ଚକୁଳି

ଚୁଆ,ହଳଦୀ,ସିନ୍ଦୁର ଭୋଗଦେଇ

ଠାକୁରାଣୀ ଗାଧୁଆ ପାଇଁ

ପଠାଉଥିଲା

ମନ୍ଦିର ଯାଇ 

ଢେର ଆଶିଷ ମାଗି ଆଣିବାକୁ

ଉସ୍କୋଉ ଥିଲା

ଆଜି ଭଳିଆ ଦିନରେ।।


ଆଉ କହୁଥିଲା

ଆଜି ଜମା ଦୁଷ୍ଟ ହେବୁନି

ଧନ

ମୋତେ ବାଧ୍ୟ କରିବୁନି

ମାରିବାକୁ ସୁନା।


କାହିଁକି ,ଆଜି କଣ କି!

ବୋଉ ହସି ଦେଇ କୁହେ

ତୁ ଆଜି ମୋ କୋଳକୁ ପୂର୍ଣ୍ଣ କରି

ଆସି ଥିଲୁ ଲୋ ସୁନା

ମାଆ ହେବା ଗୌରବ 

ଏବଂ ଖୁସି ଦେଇଥିଲୁ ଧନ

ତୁ ମୋ ପୁଣ୍ୟ

ତପସ୍ୟାର ଫଳ 

ମୋ ସମସ୍ତ ଖୁସିର ଠିକଣା।


ସାଙ୍ଗମାନଙ୍କୁ ଡାକି ଆଣେ

ମିଠାପିଠା, କ୍ଷୀରିପୁରି, ଖୁଆଇବା

ପଡ଼ିଶା ଘରେ ଦେଇ ଆ 

ସତ୍ୟନାରାୟଣଙ୍କ ସିରିଣୀ।


ତାରିଖଟି ପ୍ରତି ବର୍ଷ ଆସୁଛି

କ୍ୟାଲେଣ୍ଡର ମୋତେ ଡାକୁଛି

କିନ୍ତୁ ବୋଉ ନାହିଁ

ସବୁ କିଛି ମନେ ପଡୁଛି

କି ଖୁସିର ଆକାଶରେ ଉଡୁ ଏହି ଦିନ!

ବେଶୀ ମୋ ଗେହ୍ଲୀ ଡାକଟା

ମୋ ବର୍ତ୍ତମାନ ମନ୍ଥି ପକାଉଛି

ମୁଁ ମୋ ନିଜ ଭିତରେ ତୋତେ

 ଖୋଜୁଛି। ଲୋ ବୋଉ।


ଆଉ ଜାଣିଛୁ

ମୁଁ ମୋ ଝିଅ ପାଇଁ

ଜନ୍ମ ଦିନ ନୁହେଁ

ବାର୍ଥଡେ ପାଳୁଛି

କିନ୍ତୁ ତୋ ପରି ଖୁସି ଟିକକ ପାଉନି ତ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍