Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଆମ ସଃସ୍କୃତି

ଆମ ସଃସ୍କୃତି

1 min
180



ଆମ ଜାତି, ଭାଷା,ସଂସ୍କୃତି,ସଂହତି ମହନୀୟ ମନୋହର

ସଂସ୍କୃତି ଆମର ସ୍ଵଂୟ ଜଗନ୍ନାଥ ବିଶ୍ଵ ବ୍ରହ୍ମାଣ୍ଡ ଠାକୁର 

ବାର ମାସେ ତେର ଜାତରା ସଙ୍ଗତେ ବ୍ରତ,ଉପବାସ “ସାର

ଗର୍ଭକ”ମାନ୍ୟତା ଲଭିଛି ସଂସାରେ ସନାତନ ସଂସ୍କୃତିର ।।


ବେଦ ଉପନିଷଦ ରେ ବର୍ଣ୍ଣନୀୟ କେତେ ରୀତି ନୀତି କଥା 

ଗୀତା ଭାଗବତ ପୁରାଣ କୁ ନେଇ ଗଢିଛି ଆମ ସଭ୍ୟତା

ସେ ସଭ୍ୟତା କେଉଁ ଆଦିମ କାଳରୁ ସମାଜର “କଳୁଷତା

ଦୂର କରି” ଗଢି ରଖିଛି ସମାଜ ଏହି ଆମ ମହାନତା ।।


ପାଶ୍ଚାତ୍ୟ ଦେଶ ବି ପ୍ରଭାବିତ ହୁଏ ଆମର ସଂସ୍କୃତି ଦେଖି

ଆଜି ଆମ ଜାତି,ଭାଷା ସଂସ୍କୃତି ର ଉପରେ ସବୁର ଆଖି

ଅନୁକରଣ ସେ କରିଲେଣି ଦେଖ ମୋ ଜାତିର ମହାନତା

ମୋ ଜାତି ସଂସ୍କୃତି କେତେ ଉଚ୍ଚ କେତେ ଉଜ୍ଜ୍ଵଳ ତା ଔଜଲ୍ୟତା ।।

ମୋ ଜାତି ଗରବ ଗୌରବ ସଂସ୍କୃତି ଇତିହାସ ପୋଥି କହେ

ସୁବର୍ଣ୍ଣ ଖଚିତ କାଗଜ ପୃଷ୍ଠା ରେ ମହାନତା ଗୀତ ଗାଏ

ଅନନ୍ୟ, ଅଭିନ୍ନ ଆଭିଜାତ୍ୟ ପୂର୍ଣ୍ଣ ସଂସ୍କୃତି ଭରା ମୋ ଦେଶ

ଯାର ଜୟ ଜୈତ୍ରୀ ଉଡୁଛି ଗରବେ ସେହି ମୋ ଭାରତ ବର୍ଷ ।। 


ସଂସ୍କୃତି “ନୁହଁଇ ପ୍ରଥା,ପରମ୍ପରା” ୟେତ ଜାତି ମାନଦଣ୍ଡ

ସନାତନ ଧର୍ମେ ମାନବ ଜାତିର ଆଲୋକିତ ପ୍ରାଣ କେନ୍ଦ୍ର

ସଂସ୍କୃତି ବିହୀନ ସମାଜ ଅନାର୍ଯ୍ୟ ପ୍ରଥା ପରମ୍ପରା “ନେଇ

ହୋଇଥାଏ ସିନା” ଆର୍ଯ୍ୟ ସମାଜ ମହାନ ସଂସ୍କୃତି ପାଇଁ ।।


ଏହି ମୋ ଭାରତ ବିଶ୍ଵ ବିଦିତ ଆର୍ଯ୍ୟ ଭୂମୀ ମହୀତଳେ

ଏହାର ସଂସ୍କୃତି ଆକାଶୁ ବିସ୍ତୃତେ ବିଦ୍ୟମାନ ଭୂମଣ୍ଡଳେ

ଏହାର ଗଭୀର ସମୁଦ୍ର ଠାରୁ ବି ଗଭୀରତମ ଅଟଇ

ଗରବ କରେ ମୁଁ ମୋର ଭାଷା,ଜାତି,ସଂହତି,ସଂସ୍କୃତି ପାଇଁ ।।


Rate this content
Log in

Similar oriya poem from Inspirational