ନୂଆ ବରଷ
ନୂଆ ବରଷ
ବଦଳି ଯାଇଛି କ୍ୟାଲେଣ୍ଡର ପୃଷ୍ଠା
ବଦଳିନି ଆଉ କିଛି.
ବଦଳିନି କାହା ମନ ଆବିଳତା
ଅହଂ ଦାନଵ ସାଜିଛି.!!
ବଦଳାଇ ଦିଅ କ୍ୟାଲେଣ୍ଡର ଭଳି
ମାନସ ପଟ୍ଟର ଫର୍ଦ୍ଦ.
ଜଳାଞ୍ଜଳି ଦିଅ ସ୍ୱାର୍ଥପରତାକୁ
ଅହମିକା ଭଳି ଶବ୍ଦ.!!
ନୂତନ ବର୍ଷରେ ନୂତନ ଶପଥ
ଚାହୁଁଛି ମାତା ବସୁଧା.
ସୁସ୍ଥ ପରିବେଶ ବୃକ୍ଷ ରୋପ ହେଉ
ନବ ବର୍ଷର ପୁରୋଧା.!!
ପକୃତିରାଣିକୁ ପ୍ରେମିକା ସ୍ୱରୂପ
ଅଳିକରିବା ପୂରଣ.
ହସି ଉଠୁ ଦେଶ ହସୁ ପରିବେଶ
ନବ ସୂର୍ଯ୍ୟୋଦୟ
ଦିନ.!!
ନିଶା ମଜଗୁଲ ଚିକେନ ମଟନେ
ହୁଅନି ନୂଆ ବରଷ.
ନୂଆ ପ୍ରେମ ପ୍ରୀତି ଜାତି ଓ ପକୃତି
ବସୁଧା ହସିବ ହସ.!!
ଏଡାଇ ଦେବାତ ଭେଦଭାବ ଏଠୁ
ସଭିଏଁ ଏକ ସନ୍ତାନ.
ଦୟା କ୍ଷମା ବ୍ରତ ଆଦରି ନେବା ହେ
ଅଖଣ୍ଡ ଶପଥ ଦିନ.!!
ନବ ବର୍ଷ ଅଟେ ଯୌଗିକ ସଂଖ୍ୟାଟି
ଦ୍ଵାବିଂଶ ଅକ୍ଷରେ ଲେଖା.
ସୁଖ ସୌହାର୍ଦ୍ଧରେ ଭରୁ ଏ ଜୀବନ
ଦୃଢ଼ ମନୋବଳ ଏକା.!!
ଶ୍ରୀ ଜିଉଙ୍କ ପାଦ ତଳେ ରହିଥାଉ
ନବବର୍ଷରେ ମିନତି.
ଜଗତ ବାସୀଙ୍କୁ ସାହା ହେଉଥିବେ
ଏଡି ତାଙ୍କ ଦୁଷ୍ଟ ମତି.!!