Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ମା'ର ମାନରକ୍ଷା ପାଇଁ

ମା'ର ମାନରକ୍ଷା ପାଇଁ

1 min
4



ଜାଗିଉଠୁ ରେ ଜଗତ

ଦୁସ୍ତର-ଗିରି ପ୍ରାଚିର ଡେଇଁ;

ଛିଣ୍ଡାଇ ଶୃଙ୍ଖଳ ଉଠରେ କଙ୍କାଳ

ହସ୍ତେ ଧରି ଧର୍ମ କରବାଳ

ମାଆ ମାଟି ମାନ ରକ୍ଷା ପାଇଁ ।।


ଲଂଘି ଆସ ଡେଇଁ ସପତ ସମୁଦ୍ର

ଆଞ୍ଜନେୟ ଯେହ୍ନେ ସୀତାଙ୍କର ଠାବ

ଅବରୋଧ ଧ୍ଵଂସ କରିଦେଇ; 

ଉଠରେ ଉଠରେ ସୁସୁପ୍ତ ସନ୍ତାନ

ଶେରକ ମାଣକ ହୋଇଅଛି ପୂର୍ଣ୍ଣ

ମାଆ ଚାହିଁ ଅଛି ତୋଅ ପାଇଁ ।।


ପାତଳ ଫୁଟାଇ ଉଠରେ ଦୁର୍ବାର

ବାସୁକୀ କମ୍ପାଇ ଆସରେ ଦୁର୍ବଳ

ପୂଣ୍ୟ ମୋର ଏ ଭାରତ ଭୂଇଁ;

ତାମଧ୍ୟେ ଉତ୍ପଳ ପବିତ୍ର ଉତ୍କଳ

ଜାଣଇ ଏ ବିଶ୍ଵ (ତା)କଳା କଉଶଳ 

ଜଗନ୍ନାଥ ନାଥ ଶୂନ୍ୟ ଦେହି ।।


ଆକାଶର ବୁକୁ ଚିରି ଚଞ୍ଚଳ

ନୂଆ ସୂର୍ଯ୍ୟ ହୋଇ ତୁ ଉଦୟାଚଳ

ଅପୂର୍ବ ରଙ୍ଗେ ଦିଅ ରଙ୍ଗାଇ;

ଉଠ ନିଷ୍ପେସିତ ହୁଅରେ ଜାଗ୍ରତ

ଆସୁରିକ ଶକ୍ତି କର ପରାହତ

ଜଗତ ଡାକୂଛି ତ୍ରାହି ତ୍ରାହି ।।



Rate this content
Log in