Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

4  

Prafulla Chandra Mishra

Classics

ଅକ୍ଷିତୃତୀୟା

ଅକ୍ଷିତୃତୀୟା

1 min
8


 

ଝିଇଁ ଝିଇଁ ଝିଇଁ ଝିଙ୍କାରି ଡାକଇ ଲୁଚିଛପି ତରୁ ଡାଳେ

ବଇଶାଖ ତାତି ଯନ୍ତ୍ରଣା ବଢୁଛି ଜନ ଜୀବନ ବିକଳେ;

କାଟୁଛନ୍ତି ରହି ଦିନ,

କୃଷକ ବାପୁଡା ଖରାକୁ ନମାନି ଆରମ୍ଭଇ ଚାଷ କାମ ।।


ଚାଷ ଅନୁକୁଳ ଅକ୍ଷୟ ତୃତୀୟା କେଦାରେ ବୀଜ ବପନ

କରିବା ପାଇଁକି ସଜ ହୋଇଲାଣି ଏହିତ ପବିତ୍ର ଦିନ;

ଖରାକୁ ନାହିଁ ତା ଡର,

ସହସ୍ର ଜୀବନ ବଞ୍ଚିବ ଜଗତ ଚାହିଁଛି ହାତକୁ ତାର ।।


ହଳ ଲଙ୍ଗଳକୁ ସଜାଇ ଲିପିଛି ତଥିପରେ ଦେଇ ଝୋଟି

ଧାନ ଅନୁକୁଳ କରିବା ପାଇଁକି ମାଟିରେ ହେବସେ ମାଟି;

ସାହା ଲକ୍ଷ୍ମୀ ଠାକୁରାଣୀ,

କ୍ଷେତରେ ପୁଜଇ ଭକତି ବିଶ୍ୱାସେ ଦେଇ ଭୋଗ ଫୁଲ ପାଣି ।।


ଏହିଦିନ ଠାରୁ ଚାପ ଖେଳିବାକୁ ମଣି ବିମାନରେ ବସି

ବିଜୟ କରନ୍ତି ଠାକୁରେ ଆନନ୍ଦେ ଶୋଭା ତା ଅପୂର୍ବ ରାଶି;

ଶ୍ରୀଗୁଣ୍ଡିଚା ପାଇଁ ରଥ,

ରଥ ଖଳା ଠାରେ ଶ୍ରୀବଡ ଦାଣ୍ଡରେ ଶିଳ୍ପୀ କୁଳ ଉପଗତ  ।।


ଅଟଇ ପବିତ୍ର ଲଗନ ଏଦିନ ଶୁଭ କାର୍ଯ୍ୟ ପାଇଁ ସର୍ବେ

ଉତ୍ସୁକ ନୟନେ ଚାହିଁ ରହିଥାନ୍ତି ସଭିଏଁ ପ୍ରତ୍ୟକ୍ଷ ଭାବେ;

କୃଷି ଭିତ୍ତିକ ଏ ପର୍ବ,

ଏହିଦିନ କାର୍ଯ୍ୟ ଆରମ୍ଭ କରିଲେ ହୋଇଥାଏ ସର୍ବ ଶୁଭ ।।


ଆଜି ଏହିଦିନ ପ୍ରଭୁ ପର୍ଶୁରାମ ସପ୍ତମ ଅବତାର ରେ

ଜନମ ଲଭିଲେ ଋଷି ଯମଦଗ୍ନି ମାତା ରେଣୁକାଙ୍କ କୋଳେ;

“କବି ଜୟଦେବ ସ୍ଵାମୀ-

ଜନ୍ମିତ ଦିବସ” ପବିତ୍ର ବିବାହ ବଳଦେବ ଯେ ରୋହିଣୀ ।।


ତେଣୁ ମୋ ଓଡିଆ ଜାତି ଆଡମ୍ଵରେ ପାଳଇ ଏହି ପରବ

ଅକ୍ଷୟ ତୃତୀୟା ଅଭୁଲା ଉତ୍ସବ ଦିଆନିଆ ସ୍ନେହ ଭାବ;

ଅଫୁରନ୍ତ ଆନନ୍ଦରେ,

ହସି ଉଠୁଅଛି ମୋ ଓଡ଼ିଶା ଦେଶ ସାହା କାଳିଆ ଠାକୁରେ ।।



Rate this content
Log in

Similar oriya poem from Classics