ତୁମେ ପ୍ରଭୁ ମୁଁ ଦାସ
ତୁମେ ପ୍ରଭୁ ମୁଁ ଦାସ
ତୁମେପରା ପ୍ରଭୂ ମୁଁ ତୁମର ଦାସ
କରିଅଛ ବୋଲି ଦୟା
ତୁମରି କୃପାରେ ଜୀବନ ଜୀଉଁଛି
ଘାରିଛି ସଂସାର ମାୟା I
ମୋ ପାଇଁକି ନିତି ସକାଳ ଆଣୁଛ
ପୂରୁବେ ସୂରୁଜ ଉଏଁ
ଅନ୍ଧାର ଆଲୁଅ ସବୁ ତୁମ ଲୀଳା
ସୁଖ ପଛେ ଦୁଃଖ ଧାଏଁ I
ଫୁଲକୁ ଦେଇଛ ନାନାଜାତି ବାସ୍ନା
ରାତିକୁ ଦେଇଛ କଳା
ସେଇ କଳା ଟିକେ ଦେହରେ ବୋଳିଛ
କଳାକାହ୍ନୁ ନନ୍ଦବାଳା I
ସବୁଠାରେ ଥାଅ କେଉଁଠି ନଥାଅ
ଯେଉଁଠାରେ ମନକର
ସେହିଠାରେ ତୁମେ ଇଛାମୟ ହରି
ନିଜକୁ ପ୍ରକାଶ କର I
ପତିତର ତୁମେ ଉଦ୍ଧାର କରତା
ଦଇତ ବଂଶର ଅରି
ପ୍ରେମୀପାଇଁ ତୁମେ ପ୍ରେମର ପଶରା
କଳାକାହ୍ନୁ ବଂଶୀଧାରୀ I
ହାତଧରି ମୋର ବାଟ ଚଲାଉଛ
ଏପରି ସୁଦୟା ଥାଉ
ଅନ୍ତିମ ସମୟେ ତୁମନାମ ଧରି
ଦେହରୁ ଜୀବନ ଯାଉ I