STORYMIRROR

Debashis Pati

Inspirational

4.0  

Debashis Pati

Inspirational

ଅସୁମାରୀ ସ୍ୱପ୍ନ

ଅସୁମାରୀ ସ୍ୱପ୍ନ

1 min
207


ପରିବ୍ୟାପ୍ତ ମହାଶୂନ୍ୟ ବୁକେ

ନୀଳ-ତୃଷ୍ଣାଟିଏ ତୁମେ 

ସାଗରର ଉତ୍ତାଳ ତରଙ୍ଗେ-

ଅନ୍ତ-ହୀନ ଅଙ୍ଗୀକାରଟିଏ ତୁମେ 

ଦୋଳାୟମାନ ଝାଉଁର ଚୂଳରୁ

ଆକାଶକୁ ଛୁଇଁବାର 

ପ୍ରତିଶୃତିଟିଏ ତୁମେ 

ଅନୁସନ୍ଧିତ୍ସାଟିଏ ବିସ୍ତିର୍ଣ୍ଣ ଚରାବାଲିରେ ...

ସ୍ନିଗ୍ଧ ଜହ୍ନ-ରାତିର ଆମନ୍ତ୍ରଣ ଓ

ଜହ୍ନକୁ ଆଲିଙ୍ଗୀ ନେବାର

କୋମଳ-ଯନ୍ତ୍ରଣାର ଉପଲବ୍ଧି ତୁମେ ....

ନିସଙ୍ଗ ସନ୍ଧ୍ୟା-ତାରାର

କ୍ଷୋଭଟିଏ ତୁମେ 

ତଥାପି ତୁମେ କାବ୍ୟମୟୀ 

ମୋ ଶବ୍ଦହୀନ କବିତାର

ନୀରବ କରୁଣ ରାଗିଣୀଟିଏ....

ସହସ୍ର ପୁଷ୍ପ-ଗନ୍ଧାର ସୁବାସ ତୁମେ-

ମୋ ଶ୍ୱାସହୀନ ପୃଥିବୀରେ....

ସହସ୍ର ଇନ୍ଦ୍ରଧନୁରେ ବର୍ଣ୍ଣାଢ୍ୟ ତୁମେ-

ମୋ ରଙ୍ଗହୀନ ପୃଥିବୀରେ....

ଶତଗୋଲାପର ପାଖୁଡା ତୁମେ-

ମୋ ହୃଦୟ-ମରୁଦ୍ୟାନରେ...



Rate this content
Log in

Similar oriya poem from Inspirational