STORYMIRROR

linki barik

Inspirational Others

3  

linki barik

Inspirational Others

ଏକାକୀ ଜୀବନେ

ଏକାକୀ ଜୀବନେ

1 min
234

ବଞ୍ଚିବାକୁ ପଡ଼େ ମତେ ନିସଙ୍ଗ ପଣେ,

ନିର୍ଜନ ସାଗରେ ଏକାକୀ ଜୀବନେ।


ନିସଙ୍ଗ ଜୀବନର ନିବୃତ୍ତ ହୃଦୟରୁ

ନିର୍ଝର କେତେ କଥା,

ବେଳେବେଳେ ଏଇ ନିସଙ୍ଗପଣ ବି

ଦେଇଯାଏ ଭାରି ବ୍ୟଥା।


ରାତିର ନିର୍ଜନ ପ୍ରହରେ ନିସଙ୍ଗ ଏ ମନ

ନିସଙ୍ଗରେ ଲାଗେ ଭାରି ଫିକା ଯଉବନ,

ବେଳେବେଳେ ନିସଙ୍ଗରେ ଗୁମୁରି କାନ୍ଦେ ଏ ମନ

ନିସଙ୍ଗେ ନିସଙ୍ଗେ ଆଉ ଜୀବନୀ ଚାଲି ତ ଏ ପ୍ରାଣ


ଦିଏ ସର୍ବତ୍ର ଶାନ୍ତି ଏ ନିସଂଗ

ନାହିଁ ଯହିଁ ଅଶାନ୍ତପଣ,

କୋଳାହଳରେ ବଞ୍ଚିବା ହେଲାଣି କଷ୍ଟ

ଦୋଦୁଲ୍ୟମାନ ଏ ପ୍ରାଣ ।


ନାହିଁ କଳହ ନାହିଁ ସମ୍ପର୍କର ଛକି ଶୁନ ଖେଳ

ଖୋଲା ଆକାଶେ ପୁଞ୍ଜା ତାରକାର ମେଳ,

ଦେଖି ବିଭୋର ମନ ଆନନ୍ଦ

ମୋ ନିସଙ୍ଗେ ମୁଁ ମଦାନ୍ଧ।


ପୁଣି ବେଳେବେଳେ ମନେ ଅବଶୋଷ,

ନିସଙ୍ଗ ମୋର କେବେ ହେବ ଶେଷ!


ବଞ୍ଚିବାକୁ ପଡ଼େ ମତେ ନିସଙ୍ଗ ପଣେ,

ନିର୍ଜନ ସାଗରେ ଏକାକୀ ଜୀବନେ।


ଅଚିହ୍ନା ମଧୁ ମଳୟ ମତେ ପାରେନା ଦୋହଲାଇ

ଚିହ୍ନା ବସନ୍ତରେ ମୁଁ ଯାଏନା ମୁଗ୍ଧ ହୋଇ,

ବେଶ୍ ପ୍ରିତିମୟ ନିସଙ୍ଗ ମୋ ପାଇଁ

ଜନସମୁଦ୍ରେ ମୋ ଆନନ୍ଦ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational