STORYMIRROR

linki barik

Inspirational Others

3  

linki barik

Inspirational Others

"ଦିଗନ୍ତର ଯାତ୍ରା ପଥେ"

"ଦିଗନ୍ତର ଯାତ୍ରା ପଥେ"

1 min
181

ସେ ବାଟଭଙ୍ଗା ପଥିକ ମୋ ଦିଗନ୍ତର ଯାତ୍ରା ପଥେ,

ଭିଡ଼ ଭିତରୁ ପଛକୁ ଚାହିଁ ବାରମ୍ବାର ଦେଖେ ମୋତେ।


ନଭେ ବାଦଲ ପାହାଚ ଡେଇଁ

 ଆସୁଛି ଓହ୍ଲାଇ ସନ୍ଧ୍ୟା,

ଅଛି ବହୁଦୂର ଚାଲିବାର ମୋର

ଏ ଦିଗନ୍ତର ଯାତ୍ରା ପଥେ

ନଚାହିଁ ବି ବେଳେବେଳେ ରହିଯାଏ ପାଦ

କି ପାଇଁ ତୁ ବାରମ୍ବାର ଚାହୁଁ ମୋତେ ?


ହଁ ଏ ପଥେ ମୋର ନୂଆ ସକାଳର ଚିନ୍ତା,

ହେଲେ ତୁମର ଏ ନୀତି ପଥ ଓଗାଳିବା

ଭାରି ବ୍ୟଥା ଦିଏ ମୋତେ।


କେତେ ବନ ବହୁ ଉପବନ

ଅଛି କରିବାକୁ ଅତିକ୍ରମ,

ଏ ଯାତ୍ରା ପଥେ ବି ମିଳେ ବେଳେବେଳେ

ସତ ନାମରେ କିଛି ଭ୍ରମ।


ଚତୁର୍ଦ୍ଦିଗେ ସାଗର, ବିକଟାଳ ସମୀର ଗର୍ଜନ

ତା ସାଙ୍ଗକୁ ମୋର ଅସରନ୍ତି ସପନ,

ଆଖିର ପରିଧି ଯାଉଛି ଅତିକ୍ରମି

ଯାଏ ପଡ଼ି ବଳି ଏ ନିରିମାଖି ମନ।


ଅସରନ୍ତି ଭାବନାର ସୁଅ ଯାଏ ଭାସିଭାସି

ଚଞ୍ଚଳ ପ୍ରଭଞ୍ଜନ ତାଳେ ତାଳେ,

ମନର ଭୟ ଆସେ ମାଡ଼ି ମାଡ଼ି

ନିର୍ଣ୍ଣୟ ତାର କାଳବ ଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational