ହସରୁ ଝରୁଛି
ହସରୁ ଝରୁଛି
ହସରୁ ଝରୁଛି ଅମୃତର ଝର
ଦେଖିଦେଲେ ଲାଗେ ମିଠା
ଭାବର ବନ୍ଧନ ବାନ୍ଧିନିଏ ମନ
ନ ଛାଡେ ଭାବର ଅଠା
ପ୍ରଭୁ, ତୁମ ନାମ ରସ ମିଠା ।
ଆଖିରେ ତୁମର ସସାଗରା ଧରା
ପଲକ ପଡ଼େନି କେବେ
ପାପ ପୁଣ୍ୟ ହାର ମାନସ ପଟ୍ଟରେ
ଲେଖୁଛ ବସି ନୀରବେ
ଅବଢ଼ାର ସ୍ୱାଦ ଭାରି ତ ସୁଆଦ
ହୁଏନି କେବେ ଅଇଁଠା ।
ସେ ବଡ଼ ଦେଉଳ ସୁଖ ଶାନ୍ତି ନୀଡ
ମୋ ନୀଡ଼ ଛାଡି ମୁଁ ଯାଏ
ଜୀବନର ଦୁଃଖ ଡେଇ ଆଣେ ସୁଖ
ସେଇଠି ଶାନ୍ତି ମୁଁ ପାଏ
ସ୍ୱର୍ଗଦ୍ୱାର ଶ୍ରେଷ୍ଠ ମାଗେ ଦୁଇ ହାତ
ଛାଡିଗଲେ ଜୀବନଟା ।