STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ଅକାଳ କୁଷ୍ମାଣ୍ଡ

ଅକାଳ କୁଷ୍ମାଣ୍ଡ

1 min
10

   

ପାଳ ପରେ ପାଳ ପକାଇ ସଜନୀ ନିଜକୁ ବୋଲାଏ ବଡ,

ଜଗତର ଜନ ହସିବେ ଧଣ୍ଡ ଲୋ କହେ ଯଦି ଶଂଖଚୁଡ ।।

 ଜ୍ଞାନୀ ବୋଲି ଯେତେ ଡେଙ୍ଗୁରା ପିଟିଲେ ଆଦୃତ କି ହୋଇପାରେ,

ରାଉ ରାଉ ରାବି କାକ କି ହୋଇବ ସମାନ ପିକ ସଙ୍ଗରେ ।।


ମୂଷା ଗୁଆ ଘିଅ ଲୋଭରେ ଖାଇଲେ ପେଟ ସିନା ଯିବ ଫାଟି,

ଗୁଣ୍ଡୁଚି ଡାଳରେ ବସା ବାନ୍ଧେ ସିନା ମୂଷା ଖୋଳେ ଖାଲି ମାଟି ।।

ଗୋଟିଏ ପ୍ରଜାତି ହୋଇଲେ କି ହେବ ଗଧ କି ହୋଇବ ଘୋଡା,

ଧୋବା ଲୁଗା ବୁହା ଜୀବନଟା ତାର ଘୋଡା ରଜାଙ୍କର ଲୋଡା।।


ବିଛୁଆତି ଡାଳ ତୁଳସୀ ର ଦଳ ପ୍ରକୃତି ଯାହାର ଯାହା,

କହିଲେ କି ହେବ ଅବୋଧ ଗାଲୁଆ ନିହାତି ଚୁଛା ବେହିଆ ।।

ଘୁଷୁରୀ ସମାନ ଅଲାଯୁକ ପ୍ରାଣ ପଣ୍ଡିତ ବୋଲାଏ ଯେବେ,

ପିକ ଲୁଚିଯାଏ ବରଷା ଆଗମେ ମଣ୍ଡୁକ ଟା ଯେବେ ରବେ ।।


ଖଦ୍ୟୋତ ଅନ୍ଧାର ଆକାଶେ ଉଡିଲେ ଦେବକି ଆଲୋକ ବୁଣି,

ଜହ୍ନ ସଙ୍ଗେ ଖାଲି ବିବାଦ ମିଛକୁ ହସୁ ଥାନ୍ତି ଗୁଣି ଜ୍ଞାନି ।।

ଅଭିଧାନ ଦେଖି ଶବଦ କହିବା ଅନୁଭୁତି ଅଭାବରେ,

ଜୀବନଟା ସିନା ପୋଥୀ ବାଇଗଣ ମୁରୁଖ ତ ଆଖି ମାରେ ।।


ଏମିତି ସମାଜେ ଅନେକ ଜୀବନ ପରିବାରେ ଥାନ୍ତି ରହି,

ଅକାଳ କୁଷ୍ମାଣ୍ଡ ତାହା ପାଇଁ ସାରା ଘରର ନିନ୍ଦା ରଟଇ ।।


Rate this content
Log in

Similar oriya poem from Fantasy