STORYMIRROR

Prakash Chandra Rout

Inspirational

3  

Prakash Chandra Rout

Inspirational

କେମିତି ସହୁଛି ତୁମରି ଛାତି

କେମିତି ସହୁଛି ତୁମରି ଛାତି

1 min
202



ଶୁଣରେ ଓଡ଼ିଆ

କରମ କୋଢିଆ

କେତେ ଦିନ ଆଉ ଚେଇଁ ଶୋଇବ?

ଛୁରୀକା ଚଲେଇ

ମାଆର ଛାତିରେ

କେତେ ଆଉ ପର ଗୁଣ ଗାଇବ??

ମାଆର ଥନକୁ

ମାରିକି ଗୋଇଠା

ମାଉସୀ କ୍ଷୀରକୁ କେତେ ପିଇବ??

ଓଡ଼ିଆ ହେଇକି

ଅଣଓଡ଼ିଆଙ୍କୁ

କେତେ ଦିନ ଯାଏ କାନ୍ଧେ ବୋହିବ??

ଜନମ ଭାଷା ଯେ

ଜୀବନର ଭାଷା

କେବେ ଆଉ ତୁମେ ହେଜ କରିବ

ମାଆ ସମ ଆମ

ମାତୃଭାଷା ଆଜି

ଶତୃ କବଳରୁ କେବେ ଫେରିବ?

ଜ୍ଞାନୀ ଗୁଣୀ ବୋଲି

ପ୍ରଚାରୁଛ ଆପେ

ନାହିଁ ତ ମମତା ମାତୃଭାଷାରେ

ଇଂରାଜୀ ଫସଲ 

ଚଷ ବାରମାସ

ଓଡ଼ିଆ ଭାଷାଟି କୋଣ ଠେସାରେ

କେତେ ଦିନ ଆଉ

ଶୋଇବ ଏମିତି

ଉଠରେ ଉଠରେ ଓଡ଼ିଆ ଜାତି

ମାତୃଭାଷା ଆଜି

ଦୁର୍ଦ୍ଦିନରେ ସଢ଼େ

କେମିତି ସହୁଛି ତୁମରି ଛାତି?? 



Rate this content
Log in

Similar oriya poem from Inspirational