STORYMIRROR

Kalandi pal

Inspirational

3  

Kalandi pal

Inspirational

ସ୍ବର୍ଗପୁର

ସ୍ବର୍ଗପୁର

1 min
193


ବସେ ଦେବ ସଭା ଅପରୂପ ଶୋଭା

   ନାମ ପରା ସ୍ବର୍ଗପୁର

ସେହି ସ୍ବର୍ଗପୁର ଏ ବଡଦେଉଳ

   ସର୍ବଦେବାଦେବୀ ଠୁଳ

ତୁମେ, ନ୍ୟାୟାଧୀଶ ନ୍ୟାୟପାଳ l


ରତ୍ନସିଂହାସନେ ବସିଛ ମଉନେ

    ହେଲେ କର ସୁଵିଚାର

ବାଇଶି ପାହାଚ ଶିଡି ଖଞ୍ଜିଅଛ

    ଯିବା ପାଇଁ ସ୍ବର୍ଗପୁର

ମେଘନାଦ ପରା ପ୍ରାଚୀରରେ ଘେରା

    ସେହି ପୁଣ୍ୟ ଦରବାର ।


ଚାରି ଦିଗେ ଖୋଲି ଦୁଆରକୁ ଚାରି

    ଚାହିଁଛ ନର ଅଧମେ

ଆକାଶର ପଥ ସେହି ବଟବୃକ୍ଷ

    ଆସନ୍ତି ଦେବତା ମାନେ

ବ୍ରହ୍ମା ଶିବ ଇନ୍ଦ୍ର ଅନଳ ବରୁଣ

    ନିତି ସଭାରେ ତୁମର ।


Rate this content
Log in

Similar oriya poem from Inspirational