STORYMIRROR

Prabhati Mahapatra

Inspirational

3  

Prabhati Mahapatra

Inspirational

ଜୟ ମାଆ ମଙ୍ଗଳା

ଜୟ ମାଆ ମଙ୍ଗଳା

1 min
250


କାକଟପୁରବାସିନୀ ମାତା ମଙ୍ଗଳା

ଅପୂର୍ବ ମହିମା ତୁମ ବିଚିତ୍ର ଲୀଳା ।


ନାଲି ଝୀନ ବସନରେ କି ମନୋହର

ସତେ କି ଚପଳା ହାର କଣ୍ଠେ ତୁମର ।


ସିନ୍ଦୂର ବଦନୀ ମାଆଗୋ କଲ୍ୟାଣମୟୀ

ତ୍ରିଭୁବନ ରଖିଛ ମାଆ କାନି ଘୋଡେଇ ।

ମଥାରେ ମାଆ ମଥାମଣି ସୁନ୍ଦର ଶୋଭା

ନାସିକାରେ ବସଣି ମାଆ ଗଳାରେ ଜବା ।


ଆନିତମ୍ବ ମୁକ୍ତାକେଶ ଖେଳଇ ଦୋଳି

ସୁନୟନା ରୂପ ଦୃଶ୍ୟ ଭଳି କି ଭଳି ।


କର୍ଣ୍ଣ କୁଣ୍ଡଳେ ଖଚିତ ମଣି କାଞ୍ଚନ

ଲଲାଟେ ସିନ୍ଦୂର ବିନ୍ଦୁ ଭାସ୍କର ସମ ।


ହସ୍ତରେ କଙ୍କଣ ସଙ୍ଗେ ବାଜୁ ବଳୟ

ତନୁ ଆବରଣ ଯେହ୍ନେ ସ୍ୱର୍ଣ୍ଣ ଆଳୟ ।


ପୟର ନ

ୂପୁର ନାଦେ କମ୍ପେ ଜଗତ

କର ଯୋଡ଼ି ଡାକେ ମାଗୋ ରଖ ଭକତ ।


ଲହଲହ ଜିହ୍ୱା ବଳେ ପାପୀ ବିନାଶି

ତପିଙ୍କୁ ଉଦ୍ଧାର କର ଅବନୀ ଆସି ।


ଦଶ ଦିଗ ମାଡି ଅଛ ଆପଣା ବଳେ

ଖଣ୍ଡା ଖର୍ପରେ ଯାତ୍ରା ଗୋ ଚଳ ଚଞ୍ଚଳେ ।


ତୁମେ ଅମ୍ବା ମହାସତୀ ତୁମେ ଭବାନୀ

ଅଜ୍ଞାନ କି ପାରିବେ ମାଆ ଯଶ ବଖାଣି ।


କାହିଁ ନାରାୟଣୀ କାହିଁ ମାତା ବିରଜା

କାହିଁ ପୁଣି ସମଲେଇ ଗଉରୀ ସଜ୍ଜା ।


ମନ ହୃଦୟରୁ ଯେବେ ଭକ୍ତ ଚିନ୍ତଇ

ବେଦୀ ପୀଠ ତ୍ୟାଗ କରୁ ସନ୍ତାନ ପାଇଁ ।


କି ଗୁଣ ବର୍ଣ୍ଣିବି ମାତ ଅସୀମ କୀର୍ତ୍ତି

ରକ୍ଷାକର ଦୟାମୟୀ ଡାକେ ପ୍ରଭାତୀ ।



Rate this content
Log in

Similar oriya poem from Inspirational