STORYMIRROR

Kalandi pal

Inspirational

3  

Kalandi pal

Inspirational

କାଳର ବଳେ ଏ ଜଗତ

କାଳର ବଳେ ଏ ଜଗତ

1 min
165


କେହି ରହି ନାହିଁ ରହିବେ ନାହିଁ ଏ

   ଭବ ରଙ୍ଗ ଭୂମି ତଳେ.

ସର୍ବେ ନିଜ ନିଜ ଅଭିନୟ ସାରି

   ବାହୁଡ଼ିବେ କାଳ ବଳେ.

ପ୍ରଭୁ, ନିଜେ ନିଜ କର୍ମ ଫଳେ. l


ତୁମେ ହିଁ ସମୟ ତୁମେ ମହା କାଳ

    ବସିଅଛ ନୀଳାଚଳେ.

ସମୟ ସରିଲେ କାଳ ପୂରିଯାଏ

    ପ୍ରାଣ ଯାଏ ତା କବଳେ.

ସମୟର ଚକ୍ର ଦାସ ଏ ଜଗତ୍ର

ହୋଇ ପରଂବ୍ରହ୍ମ ତୁମେ ଜଗନ୍ନାଥ

     ରହିଥାଅ କାଳ ବଳେ. l


ବାର ବରଷରେ ନବ କଳେବରେ

    ନୂଆ ରୂପ ପ୍ରଭୁ ଘେନି.

ଜନମ ମରଣ ବାରତା ଦେଉଛ

    କାଳ ବଳବାନ ପୁଣି.

ରାମ କୃଷ୍ଣ ରୂପେ ଜନ୍ମି ମର୍ତ୍ତ୍ୟ ପୁରେ

ପ୍ରଭୁ ପଣ ବହି ପଡି କାଳ ବଳେ

     ହାରି ଥିଲ ବଂଶ କୂଳେ. l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational