STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଖେଳ

ଖେଳ

1 min
220

ଆସ ପିଲାଏ ଖେଳିବା ଖେଳ

ସାଙ୍ଗ ସାଥୀ ଙ୍କ ମେଳେ

ଶରୀର ସୁସ୍ଥ ମନ ପ୍ରଫୁଲ୍ଲ

ହୋଇବ ସଦାବେଳେ ।


ଖେଳରେ ଆମେ ହାର ଜିତ୍ ର

ହିସାବ ନ କରିବା

ଜିତିଲେ ଭଲ ହାରିଲେ ପୁଣି

ଜାଣିବା ଦୃଢ କରିବା ।


ହାରିବା ଆଉ ଜିତିବା ପରା

ମୁଦ୍ରା ର ଦୁଇ ପାର୍ଶ୍ଵ

ଜଣେ ହାରିଲେ ଅନ୍ୟଟି ଜିତେ

ଏହା ଅଟେ ନିଷ୍କର୍ସ ।


ଜିତେ ବା ହାରେ ଖେଳରେ ଆମେ

ପ୍ରୟାସ ଛାଡିବାନି

ହାରିବା ଟାକୁ ମନରେ ଧରି

ପଛ ଘୁଞ୍ଚା ଦେବାନି ।


ଖେଳରେ ସଦା ମୈତ୍ରୀ ର ସ୍ରୋତ

ବୁହାଉ ଆମେ ଥିବା

ବୈର ଭାବ ରେ ମନକୁ କେବେ

ମୋଟା ଯେ ନ କରିବା ।


ଖେଳ ଖେଳ ରେ ସମ୍ପର୍କକୁ ଯେ

ଦୃଢ ଯେ କରିଦେବା

ଖେଳ ଖେଳ ରେ ସମ୍ପର୍କ ଡୋରି

ଲମ୍ବାଇ ଆମେ ଦେବା ।


ଖେଳକୁ ନେଇ ମନମାଳିନ୍ୟ

କେବେ ଯେ କରିବାନି 

ନିୟମ ମାନି ଖେଳ ଖେଳିବା

କଳହ ହେବ ନାହିଁ ।


ଆସ ପିଲା ଏ ଖେଳିବା ଆସ

ଆଳସ୍ୟ ଯିବ ଡରି

ଶରୀର ମନ ପ୍ରଫୁଲ୍ଲ ହେବ

ବିରକ୍ତି ଯିବ ଛାଡି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational