STORYMIRROR

Binodini Dash

Inspirational

4  

Binodini Dash

Inspirational

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
243


ମଗୁଶିର କୃଷ୍ଣ ଅଷ୍ଟମୀ ତିଥିରେ

ପାଳନ ପ୍ରଥମାଷ୍ଟମୀ

ଆମ ଉତ୍କଳରେ ପ୍ରତିଟି ଅଗଣା

ହରଷରେ ଉଠେ ଝୁମି

ଆମର ପର୍ବପର୍ବାଣି

ପରା ହରି ନିଏ ସକଳର ମନ

ଖୁସିର ଅବିର ବୁଣି ।


ପ୍ରଥମାଷ୍ଟମୀର ମହତ୍ତ୍ଵ ଅଧିକ

ପ୍ରଥମ ସନ୍ତାନ ପାଇଁ

ଭଣଜା ଭାଣିଜୀ ପଢ଼ୁଆଁ ପାଇଁ କି

ମାମୁଁ ପୋଷାକ ଆଣଇ,

ସମ୍ପର୍କର ଖିଅ ଏହି

କେଉଁ କାଳୁ ଯୋଡ଼ା ଆମ ସମାଜରେ 

ତାହା କେହି ଜାଣେ ନାହିଁ ।


ପ୍ରଥମ ସନ୍ତାନ କରଇ ବହନ

ପରିବାରର ଦାୟିତ୍ବ

ଏ ପ୍ରଥମାଷ୍ଟମୀ ସନମାନ ଦେଇ

ବଢ଼ାଏ ତା'ର ମହତ୍ତ୍ଵ

ଜ୍ୟେଷ୍ଠ ବୋଲି ତା'ର ସତ୍ତ୍ବ

ଅଧିକ ପାଏ ବି ପୈତୃକ ସମ୍ପତ୍ତି

ଏଥେ ଉତ୍କଳେ ଗୁରୁତ୍ୱ ।


ହଳଦି ପତରେ ଏଣ୍ଡୁରି ପିଠାର

ଯେଉଁ ମହମହ ବାସ

ଛେନା ନଡ଼ିଆରେ ପୁରର ସୁଆଦ

ଆହା ! କି ଦିଏ ସନ୍ତୋଷ

ତା' ସହିତ ତରକାରୀ

ସାରୁ, ମାଟିଆଳୁ, ମୂଳା, ବାଇଗଣ

ଶାଗ, ବଡି଼ରେ ତିଆରି ।


ଆସୁଥିବ ଯାଉଥିବ ସେ ଏମିତି

ନବ ରଙ୍ଗ ମାଖି ଦେଇ,

ସରବ ମନରେ ପ୍ରୀତି ମମତାର

ଖେଳାଇ ଖୁସି ଲହରୀ

ହୃଦୟ ମନକୁ ମୋହି,

ଉତ୍ତର ପିଢ଼ିଙ୍କୁ ମାର୍ଗ ଦେଖାଇବ

ମଧୁର ବନ୍ଧନ ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational