କଳ୍ପନା
କଳ୍ପନା
ସତେ ଭଲ ଲାଗେ ସ୍ବପ୍ନର ଦୁନିଆଁ
କଳ୍ପନା କେତେ ବାସ୍ତବ,
ବିବେକର ବାରମ୍ବାର ପ୍ରଶ୍ନ ମନେ ଆସେ
ସ୍ବପ୍ନ କି ସତ ହେବ !
ମେଘମାଳା ପରି ହାର ଭାସି ବୁଲେ
ମାନସିକେ ସେ କଳ୍ପନା,
ବାସ୍ତବ ରଶିରେ ବନ୍ଧନ ଅସ୍ତିତ୍ୱ
ରୂପକୁ ଦେଇପାରେନା l
କାବ୍ୟରେ କଳ୍ପିତ ଭ୍ରମେ ଅଲୋଡ଼ିତ
ଦୃଶ୍ୟମାନ ଶୁଭ୍ର ଠାଣି,
ତୃଷ୍ଣlରେ ଜଡ଼ିତ ଜ୍ୟୋତ୍ସ୍ନା ବିଭରିତ,
କଳ୍ପନା କାଞ୍ଚନ ମଣି l
ବିଚକ୍ଷଣ ଚିନ୍ତା ପ୍ରଖର ମସ୍ତକ
ଲେଖିଯାଏ ସୁଖଦୁଃଖ,
ଦୃଶ୍ୟ କଳ୍ପେ ରଖି ପରିବେଷ୍ଟନୀକୁ
ସହିଯାଏ ସର୍ବ ବାଧା,
ଶାନ୍ତ ଓ ସରଳ ଯିବନି କବିର
ନ ଥାଏ ମନରେ ଦ୍ବିଗ୍ଧା l
ଭରେ ସମାଜରେ ଶାନ୍ତିର ଆଲୋକ
ସୁସ୍ଥ ଭାରତର କାମନା,
ସମାଜ ଚେତନା ନିଷ୍କପଟ ହୃଦେ
ନାହିଁ କାମନା ଵାସନା l
ସୁସ୍ଥ ମସ୍ତିଷ୍କର କରିପାରେ ଚିନ୍ତl
ମିଳିମିଶି ରହେ ଜାଣି,
ଧରିତ୍ରୀ ପୃଷ୍ଠରେ ଜୀବଜଗତରେ
ମନୁଷ୍ୟ ହିଁ ଶ୍ରେଷ୍ଠ ପ୍ରାଣୀ l
ସକଳ ହୃଦୟେ ଗୁଞ୍ଜରିତ କରେ
ଜଳେଇ ଜ୍ଞାନର ଆଲୋକ
ନୁହଁ ହିଂସ୍ର ପଶୁ ହେ ମାନବ ତୁମେ
କର ଭାବନାରେ ଉଦ୍ରେକ l
ଆମେରେ ମାନବ ଆମେ ନୋହୁଁ ପଶୁ
ଚଳିବା ବୁଦ୍ଧିର ବଳ,
ନିହିତ ପଶୁର ହିଂସା ଦ୍ୱେଷର ଗର୍ବ
ସବଳ ଭକ୍ଷେ ଦୁର୍ବଳ l
କଳ୍ପନାରେ ଆସେ ହଜିଲା ଅତୀତ
କେତେ ଭୁଲିଯାଏ ଦିନ,
ଖେଳନା ବୋଇତ ଦେଖିଦେଲେ ପରା
ଖୁସି ହୁଏ ଆମ ମନ l
