STORYMIRROR

Ashok Kumar Nayak

Inspirational

4  

Ashok Kumar Nayak

Inspirational

ଜନ୍ମଦିନ

ଜନ୍ମଦିନ

1 min
240


ଜନ୍ମଦିନ ଆସେ ଶୁଭେଚ୍ଛାର ସାଥେ

ଅନେକ ଅଭିନନ୍ଦନ,

ହସଖୁସି ପାଇଁ ଦିନରାତି ସାରା

ଆଶିଷେ କଟେ ଜୀବନ l


ଯେତେ ଦୁଃଖ ଥାଏ ମନରେ ଆମର

ସବୁ ଦୁଃଖ ଭୁଲିଯାଉ,

ହସରେ ଖୁସିରେ ସଭିଙ୍କ ସାଥିରେ

ଜନ୍ମଦିନ ତ ବିତାଉ l


କୁସୁମିତ ହେଉ ଚଲାପଥ ପରା

ଗୁରୁଜନେ ଆଶୀର୍ବାଦ,

ସତ୍ୟ ଶିବ ସୁନ୍ଦରର ଭାଗ୍ୟ ମନେ

ପୁଲକେ ଦୂର ଦରଦ l


ହାର୍ଦ୍ଦିକ ଶୁଭେଚ୍ଛା ଜନମ ଦିନର

ବନ୍ଧୁଙ୍କୁ ଆମେ ଜଣାଉ,

ଧରି ଉପହାର ଜନ୍ମ ଦିନେ ତାର

ସହଯୋଗ କରିଥାଉ l


ଜନ୍ମଦିନ

ର ସମୟଟି ପରା

ଦିଅଇ ଅଭିନନ୍ଦନ,

ସ୍ରଷ୍ଟାଙ୍କର ସୃଷ୍ଟି ବିଚିତ୍ର ଅଟଇ

ହୁଅଇ ଆଶା ପୂରଣ l


ଆନନ୍ଦ ଉଲ୍ଲାସେ ଆଗ୍ରହର ଦିନ

ଜନ୍ମଦିନ ଶୁଭ ଦିନ,

ସ୍ଵନକ୍ଷତ୍ର ହୁଏ ଜନ୍ମର ବରଷେ

ସ୍ନେହ ଶ୍ରଦ୍ଧା ପାଇବାର l


ଜନମ ଦିନରେ କରୁ ନିବେଦନ

ଆୟୁ ବିଦ୍ୟା ବୃଦ୍ଧି ଚାହିଁ,

ଦିଅ ହେ ସାହାସ ବଢ଼ୁ ଏ ବିଶ୍ୱାସ

ବିଭୁଙ୍କୁ ପ୍ରାର୍ଥନା ଏହି l


ଜନମ ଦିନର ଶୁଭ ଅବସରେ

ଅଜସ୍ର ଆଶିଷ ପାଉ,

ଦୀର୍ଘ ଜୀବନ କାମନା ପାଇଁ ସଦା

ବନ୍ଧୁବର୍ଗ ଲୋଡ଼ିଥାଉ  l 



Rate this content
Log in

Similar oriya poem from Inspirational