STORYMIRROR

Rabindra Kumar Shasamalla

Inspirational

4  

Rabindra Kumar Shasamalla

Inspirational

ଉପହାସ

ଉପହାସ

1 min
305


ଉପଦେଶ ତୁମ ଉପହାସ ଲାଗେ

ଉପଶମ କିଛି ମିଳେନା 

ଉପକାରୀ ବୋଲି ବୋଲାଅ ନିଜକୁ 

ଉଦରେ ଭରିଛ ଛଳନା ।।


ଉଦ୍ୟମ ତୁମର ଚଲାଇଛ ନିତି 

ଷଡ଼ଯନ୍ତ୍ର ସୂତ୍ର ଖଞ୍ଜିକି 

ପ୍ରତି ମୁହୂର୍ତ୍ତ ରେ ପର ଚର୍ଚ୍ଚା କରି 

ଉଖାରୁଛ କଥା ମଞ୍ଜିକି ।।


ଉପର ମୁହଁରେ ଉନ୍ନତ ମାନର

ହସ ଉକୁଟାଇ ତୁମର 

ଭଦ୍ର ପଣିଆ ରେ ବିଭୋର ରହୁଛ

ଖୋଲୁନାହଁ ନିଜ ଗୁମର ।।


ତୁମ ଦ୍ଵାରା କାର୍ଯ୍ୟ ସମାପ୍ତ ହୁଏନି 

ଧୁରନ୍ଧର ତୁମ ବଚନ 

ସମାଧାନ ପାଇଁ ତରିକା ଶିଖିନ 

ଆଶଙ୍କା କି ହେବ ମୋଚନ ।।


ଉପହାସ ବିଷ କରିଦିଏ ଶେଷ 

ଇଚ୍ଛା ଶକ୍ତି ହୃଦ କନ୍ଦ ରୁ 

ପାରିବା ପଣ ଟା ପୋଛି ହୋଇଯାଏ

ମନୋଭାବ ସ୍ପୃହା ଫାନ୍ଦ ରୁ ।।


ପାରୁଛ ଯଦିଓ ଉଚ୍ଛ୍ୱାସ ର ସହ

ଅନ୍ୟକୁ ଯୋଗାଅ ସାହାସ 

ବର୍ତ୍ତମାନ ଦେଖି କାହା ଭବିଷ୍ୟତ

କର ନାହିଁ ହେ ଉପହାସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational