STORYMIRROR

Rabindra Kumar Shasamalla

Others

3  

Rabindra Kumar Shasamalla

Others

ପ୍ରାର୍ଥନା

ପ୍ରାର୍ଥନା

1 min
170


ଜୟ ଜୟ ଜଗନ୍ନାଥ ଶ୍ରୀହରି

ଦୀନ ବାନ୍ଧବ ଭକତ ମୁରାରୀ ।।


      କେଡେ ଶୋଭିତ ରଚିଛ ସଂସାର

         କୀଟ ଠାରୁ ବ୍ରହ୍ମ ପରି ସୁନ୍ଦର ।।


ନୀଳ ଆକାଶ ଝରଣା ସାଗର

ନିତି ଦେଉଥାନ୍ତି ପ୍ରେମ ଝଙ୍କାର ।।


       ପୁଷ୍ପେ ପୁଷ୍ପେ ଦେଇଛ ମଧୁ ଭରି 

       ରଙ୍ଗ ଦେଖାଇ ନ୍ୟନ୍ତି ମନୋହରୀ ।।


ଦୁଃଖ ପରେ ସୁଖ ରୀତି ବିସ୍ତାରି

କାନ୍ଦ ଶେଷେ ଦିଅ ହସ ଲହରୀ ।।


        ତୁମ କରୁଣା ହୋଇଲେ ମୋହନ

           ମରୁଭୂମିରେ ହୁଏ ଜଳ ଘନ ।।


ଭାବ ବିନୋଦିଆ ବାଙ୍କ ଚୁଳିଆ

ତୁମେ ଯଶୋଦା ମା' ଗଳା ମାଳିଆ ।।


        ଦୁଷ୍ଟ ପାପି ସଂହାରିବା ପାଇଁ କି

         ଅବତାର ନେଲ ଭଳି ଭଳିକି ।।


ତୁମେ ଅନନ୍ତ ଅକ୍ଷୟ ଶାଶ୍ଵତ

ତୁମେ ସତ୍ୟ ଚିରନ୍ତନ ପ୍ରକୃତ ।।

   

         ତୁମ ଶ୍ରୀପାଦ ପଦ୍ମରେ ପ୍ରଣାମ

         କ୍ଷମା ସାଗର ଦୋଷ କ୍ଷମ ମମ ।।


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍