STORYMIRROR

Rabindra Kumar Shasamalla

Others

4  

Rabindra Kumar Shasamalla

Others

ମାତୃଭାଷା

ମାତୃଭାଷା

1 min
308


ମାତୃଭାଷା ମଧୁ ମନ ମାନସରେ 

ସଞ୍ଚରି ସଯତ୍ନେ ରଖ

ମାତୃଭାଷା ରସ ନିର୍ଝରିଣୀ ହେଉ

ଭାଷାକୁ ପ୍ରେମରେ ଦେଖ ।।


ମାତୃଭାଷା ପ୍ରତି ଆଦର ଆଗ୍ରହ

ଆବେଗ ଅକ୍ଷୁର୍ଣ୍ଣ ରହୁ

ଉଚ୍ଚାରଣ ବେଳେ ଅଶୁଦ୍ଧ ନହେଉ

ମାତୃଭାଷା କହୁ କହୁ ।।


ଆଗେ ମାତୃଭାଷା ପରେ ପର ଭାଷା 

ଭାଷାରୁ ନତୁଟୁ ଭାବ 

ପରଭାଷା ପ୍ରତି ସମ୍ମାନ ଦେଉଥା

ସମ୍ମାନରେ ମିଳେ ଠାବ ।।


ଠେଲି ଦିଅ ନାହିଁ ଘୋର ଅନ୍ଧାରକୁ 

ମାତୃଭାଷାର ମର୍ଯ୍ୟାଦା 

ଉଜ୍ଜ୍ବଳିତ କରି ଭାଷାକୁ ବିସ୍ତାର

ଢାଙ୍କି ରଖନା ପରଦା ।।


ପଢ଼ିବା ଲେଖିବା ଓଡ଼ିଆ ଭାଷାକୁ 

ଆନ୍ତରିକତା'ର ସହ 

ଗର୍ବରେ କହିବା ଆମେ ତ ଓଡ଼ିଆ 

ଭାଷାରେ ରଖିବା ମୋହ ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍