Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra Kumar Shasamalla

Others

4  

Rabindra Kumar Shasamalla

Others

ଭୁଲି କି ପାରିବି

ଭୁଲି କି ପାରିବି

1 min
247



ଭୁଲି କି ପାରିବି ତୋ ଚାନ୍ଦ ମୁହଁକୁ

ତୁ ଯେ ମୋ ପ୍ରେମ ପ୍ରତୀକ

ପ୍ରେମର ଅର୍ଥ କୁ ପାଇଛି ମୁଁ ଖୋଜି

ତୋ ଠାରୁ ଏଇ ନାସ୍ତିକ ।


ଲାଜୁଆ ଲାଜୁଆ ଆଖି ଦୁଇ ତୋର

ମୋ ଆଖିରେ ଗଲା ମିଶି

ଚାରି ଆଖି ଯେବେ ହୋଇଲେ ମିଳନ

ହୃଦୟ ହୋଇଲା ଖୁସି ।


ହୃଦୟ ଖୁସିରେ ଶରୀର ଚମକେ

ଜାଣିଲି ତୋ ପ୍ରେମେ ପଡ଼ି

ସେ ପ୍ରେମକୁ ପୁଣି ଶକ୍ତ କରିବାକୁ

ହୃଦୟକୁ ଦେଲି ଯୋଡ଼ି ।


ପ୍ରେମ ଯେଉଁଠାରେ ସେଠି ଅଭିମାନ

ଜାବୁଡ଼ି ହୋଇକି ଥାଏ

ପ୍ରତି କ୍ଷଣେ ସେ ଯେ ପ୍ରେମୀ ଯୁଗଳଙ୍କୁ

ଆନମନା କରିଦିଏ ।


ସେ ଅଭିମାନ ରେ ପ୍ରେମର ବାସ୍ନାଟା 

ଦ୍ଵିଗୁଣିତ ହୋଇ ବଢ଼େ

ପ୍ରେମର ରୋଷଣୀ ବାଜେ ସୁମଧୁର

ସୁନ୍ଦର ପ୍ରୀତିର ଦାଢେ ।


ରଖିଛି ରଖିବି ରଖିଥିବି ତୋତେ

ଆତ୍ମୀୟତା କୋଠରୀରେ 

ଭାବିଛୁ କେମିତି ଭୁଲିବି ଗୋ ପ୍ରିୟା

ତୁ ପରା ମୋ ଅନ୍ତଃସ୍ଵରେ ।


  


Rate this content
Log in